ପୂଜା ପାଉଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମା

ଭୁବନେଶ୍ୱର : ଆଜି ପବିତ୍ର ବିଶ୍ୱକର୍ମା ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା । ଆଜି ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ୨ ବର୍ଷ ଧରି କୋଭିଡ୍ କଟକଣା ଯୋଗୁଁ ଧୁମ୍ ଧାମ୍ ରେ ପୂଜା ହୋଇପାରିନଥିବା ବେଳେ ଏଥର ବେଶ୍ ଧୁମ୍ ଧାମ୍ ରେ ବିଶ୍ବକର୍ମା ପୂଜା ହେଉଛି ।

ବିଶେଷ କରି ଶିଳ୍ପ କାରଖାନା ମାନଙ୍କରେ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଉଛି । ଦେବଶିଳ୍ପୀ ବିଶ୍ବକର୍ମା ସକଳ ଶିଳ୍ପକଳାର ଜନକ । ସେଥିପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କରେ କନ୍ୟା ସଂକ୍ରାନ୍ତିରେ ବିଶ୍ୱକର୍ମା ପୂଜା କରାଯାଏ। ବଢ଼େଇ, ନିର୍ମାତା ଓ କାରିଗରମାନେ ନିଜ ନିଜ ଘରେ ବିଶ୍ୱକର୍ମାଙ୍କୁ ଏ ଅବସରରେ ପୂଜା କରନ୍ତି । ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତିକୁ ଶୁଦ୍ଧପୁତ କରି ଏହି ଦିନ ପୂଜା କରାଯାଏ। ସେଥିପାଇଁ ବିଶ୍ୱକର୍ମା ପୂଜା ଉପଲକ୍ଷେ ଯାନ୍ତ୍ରିକ କାର୍ଯ୍ୟ ବନ୍ଦ ଥାଏ । ଏହାଛଡା ବିଭିନ୍ନ ଶିଳ୍ପାଞ୍ଚଳ, ଗ୍ୟାରେଜ, ଦୋକାନ, ଇଲେକ୍ଟ୍ରି ଅଫିସ୍ ଗୁଡିକରେ ଧୁମଧାମରେ ପୂଜାର୍ଚ୍ଚନା କରାଯାଇଛି।

nis-ad
Leave A Reply

Your email address will not be published.