ଫଲଗୁ ସାହିତ୍ୟ ସଂସଦର ସାହିତ୍ୟ ଆସର ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ…

ବ୍ରହ୍ମପୁର : ବ୍ରହ୍ମପୁର ପୁରାତନ ସାହିତ୍ୟ ଅନୁଷ୍ଠାନ ଫଲଗୁ ସାହିତ୍ୟ ସଂସଦର ସାହିତ୍ୟ ଆସର କବିତା ପାଠ କାର୍ଯ୍ୟକ୍ରମ ଏବଂ ପୁସ୍ତକ ଲୋକାର୍ପିଣ ଉତ୍ସବ ପାଳିତ ହୋଇଯାଇଛି,ଏହି ଆସର ରେ ଫଲଗୁ ସାହିତ୍ୟ ସଂସଦର ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ କାର୍ଯକାରୀ ସଭାପତି ପ୍ରଫେସର ମେଜର ରମା ରମଣ ପାଢ଼ୀ ସାଧାରଣ ସଂପାଦକ ଡାକ୍ତର ସାଗର ରଂଜନ ତ୍ରିପାଠୀ ଉପଦେଷ୍ଟା ଡ ବ୍ରଜମୋହନ ଶାସମଲ ଅବସର ପ୍ରାପ୍ତ ଜିଲ୍ଲା ଜଜ୍ ଅବନୀ ରଂଜନ ଦାଶ କୋଷାଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ଦାଶ ଉପସଭାପତି ଡ ବିଦ୍ୟୁତ ପ୍ରଭା ସାହୁ ପ୍ରମୁଖ ମଂଚାସୀନଥିଲେ l ସାହିତ୍ୟ ସଂସଦର ସାହିତ୍ୟ ଅନୁରାଗୀ କବି ଲେଖକ ସାହିତ୍ୟିକ ବହୁ ସଂଖ୍ଯା ରେ ଯୋଗଦାନ କରି ଆସର କୁ ସଫଳ କରିଥିଲେ। ବିଶିଷ୍ଟ ସାହିତ୍ୟିକ କବି ଅବନୀ ରଂଜନ ଦାଶ ଙ୍କ ରଚନା ଅସ୍ତଗାମୀ ସୂର୍ଯ୍ୟ ଲୋକାର୍ପଣ କରାଯାଇ ଥିଲା। ଯୁଗ୍ମ ସଂପାଦକ ଦୀନବନ୍ଧୁ ଶ୍ରୀ ପଲ୍ଲବ ଧନ୍ଯବାଦ ଅର୍ପଣ କରି ଥିଲେ। ଏହି କାର୍ଯ୍ୟକ୍ରମ ରେ ଅନେକ କବି, ଲେଖକ ଓ ସାହିତ୍ୟିକ ଯୋଗ ଦେଇ ନିଜ ରଚନା ପଢି ଥିଲେ।

nis-ad
Leave A Reply

Your email address will not be published.