୨ଲକ୍ଷ ୪୩ ହଜାର ମଦ ବୋତଲ ଉପରେ ବୁଲ ଡୋଜର ଚଢ଼ାଇଲା ଆନ୍ଧ୍ରପ୍ରଦେଶ ପୁଲିସ

ଆନ୍ଧ୍ରପ୍ରଦେଶ: ଆକ୍ସନ ମୋଡ଼ରେ ରହିଛି ଆନ୍ଧ୍ରପ୍ରଦେଶ ପୁଲିସ । ରାଜ୍ୟରେ ଚୋରା ଚାଲାଣ ହେଉଥିବା ପୁଳାପୁଳା ବେଆଇନ୍‌ ମଦ ଉପରେ ପୁଲିସ ନଜର ରଖିଛି । ଗତକିଛି ଦିନ ହେବ ପୁଲିସ ଆନ୍ଧ୍ରପ୍ରଦେଶରେ ବିପୁଳ ପରିମାଣର ନକଲି ମଦ ଜବତ କରିଥିବା ବେଳେ, ପୁଣି ଗତକାଲି ବୁଧବାର ପୁଳାପୁଳା ମଦ ବୋତଲ ଜବତ କରିଥିଲା । ପରେ ସେ ସବୁକୁ ଏକାଠି କରି ତା ଉପରେ ବୁଲ ଡୋଜର ଚଢ଼ାଇଥିଲା । ୨ଲକ୍ଷ ୪୩ ହଜାର ମଦ ବୋତଲକୁ ପୁଲିସ ଜବତ କରିବା ସହ ସେ ସବୁକୁ ଚୁରମାର କରିଛି ।

ନ​ଷ୍ଟ କରାଯାଇଥିବା ମଦର ଆନୁମାନିକ ମୂଲ୍ୟ ୫.୪୭ କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି । ସୂଚନା ମୁତାବକ ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାର ଅଧିକାରୀଙ୍କ ଦ୍ବାରା ଅନୁସନ୍ଧାନ କରାଯାଇଥିବା ବେଳେ ଏହି ବେଆଇନ ମଦ ବୋତଲ ଜବତ କରାଯାଇଛି । ବୁଧବାର ଦିନ ଆନ୍ଧ୍ରପ୍ରଦେଶ ପୁଲିସ ତେଲେଙ୍ଗାନାରୁ ବେଆଇନ ଭାବେ ପରିବହନ ହୋଇଥିବା ୨.୪୩ ଲକ୍ଷ ମଦ ବୋତଲ ଜବତ କରିଥିଲା । ପରେ ସେ ସବୁକୁ ବୁଲ ଡୋଜର ଦ୍ୱାରା ନଷ୍ଟ କରିଥିଲା ।

ଘଟଣାକୁ ନେଇ ବିଜୟୱାଡା ପୁଲିସ କମିଶନର କାନ୍ଥୀ ରାଣା ଟାଟା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହି ମଦ ବୋତଲକୁ ତେଲେଙ୍ଗାନାରୁ ବେଆଇନ ଭାବେ ଅଣାଯାଇଛି । ଆନ୍ଧ୍ରପ୍ରଦେଶକୁ ବେଆଇନ ମଦ ପରିବହନ ଖବର ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି । ପୂର୍ବରୁ ସ୍ପେଶାଲ ଏନଫୋର୍ସମେଣ୍ଟ ବ୍ୟୁରୋ ବା ଏସଇବି ଦ୍ୱାରା କୁରନୁଲରୁ ପ୍ରାୟ ଦୁଇ କୋଟି ଟଙ୍କା ମୂଲ୍ୟର ୬୬,୦୦୦ ମଦ ବୋତଲ ମଦ ଜବତ କରିଥିଲା ।

nis-ad
Leave A Reply

Your email address will not be published.