ମୁଣ୍ଡାସାହି ନିକଟରୁ ୧୪୨ଗ୍ରାମର ବ୍ରାଉନସୁଗାର ଜବତ, ଦୁଇ ଗିରଫ

ଅନୁଗୁଳ ୧୪/୦୯: ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଇଲାକା ମୁଣ୍ଡାସାହି ଛକ ନିକଟରୁ ୧୪୨ଗ୍ରାମର ବ୍ରାଉନସୁଗର ଜବତ। ଚୋରା କାରବାରରେ ଲିପ୍ତ ଥିବା ଜଣେ ମହିଳା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କଲା ଅବକାରୀ ବିଭାଗ ।

ସୂଚନାନୁଯାୟୀ, ଗିରଫ ହୋଇଥିବା ମହିଳା ଜଣଙ୍କ ହେଲେ ନାଲକୋ ଥାନା ଅଞ୍ଚଳର ଝିଲି ସାହୁ । ସେ ଦୀର୍ଘଦିନ ହେଲା ବ୍ରାଉନସୁଗର ବେପାର ଚଳାଇଥିଲେ । ଏମିତିକି ତାଙ୍କ ପରିବାରର କିଛି ସଦସ୍ୟ ବ୍ରାଉନସୁଗର କାରବାରରେ ବନ୍ଧା ହୋଇଛନ୍ତି । କିଛିଦିନ ହେଲା ଅବକାରୀ ବିଭାଗ ଝିଲିଙ୍କ ଉପରେ ନଜର ରଖିଥିଲା । ସେ ଆଜି ସକାଳୁ ବ୍ରାଉନସୁଗର ଧରି ଆସୁଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା ।

ଝିଲି ଓ ତାଙ୍କ ସହଯୋଗୀ ସ୍କୁଟିରେ ଆସୁଥିବା ବେଳେ ଅବକାରୀ ଟିମ୍ ମୁଣ୍ଡାସାହି ଛକ ନିକଟରେ ତାଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ୧୪୨ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଜବତ ବ୍ରାଉନସୁଗର ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ତାଳଚେର ଅବକାରୀ ଇନ୍ସପେକ୍ଟର ଅନିତା ଓଝା ଏହି ଚଢ଼ାଉରେ ସାମିଲ ଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.