ପିଲାଛୁଆ ହେଲାନି ବୋଲି ମାରିଦେଲେ ଶାଶୁ ଘର !

ଭଦ୍ରକ ୧୪।୦୯: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ଆସିଛି ଚାଞ୍ଚଲ୍ୟକର ଘଟଣା । ବିବାହର ଦୁଇ ବର୍ଷ ପରେ ପିଲା ପିଲି ନହେବାରୁ ବଧୂ ହତ୍ୟା ଅଭିଯୋଗ । ଝିଅ ପରିବାର ପକ୍ଷରୁ ଆଣିଲେ ଏପରି ସାଙ୍ଘାତିକ ଅଭିଯୋଗ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖିଛି ।

ଖବର ଅନୁଯାୟୀ, ଗ୍ରାମାଞ୍ଚଳ ଥାନା ରାଜମୁକୁନ୍ଦପୁର ଗାଁର ସୁଜାତା ୨୦୨୦ ମସିହା ଜୁନ ମାସ ୨୯ ତାରିଖରେ ବଣିଆ ଗାଁର ଅନନ୍ତ ଜେନାଙ୍କୁ ବିବାହ କରିଥିଲେ । ବିବାହ ପରେ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିବା ସୁଜାତା ତାଙ୍କ ଘର ଲୋକଙ୍କୁ କହିଥିଲେ । ଏମିତି କି ପିଲା ପିଲି ହେଉନଥିବାରୁ ମଧ୍ୟ ନିର୍ଯାତନା ଦିଆଯାଉଥିବା କହିଛନ୍ତି ତାଙ୍କ ଭଉଣୀ । ତେବେ ସୁଜାତାଙ୍କ ଗାଁ ଲୋକେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ବାପା ଓ ମାଙ୍କୁ ଜଣାଇଥିଲେ । ଖବର ପାଇଁ ମେଡିକାଲ ରେ ପହଞ୍ଚି ଝିଅ ର ମୃତଦେହ ଦେଖିଥିଲେ । ତେବେ ଝିଅକୁ ହତ୍ୟା କରାଯାଇଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମୃତକଙ୍କ ସ୍ୱାମୀ ଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.