ମାଗଣା ବା ଶସ୍ତା ବିଜୁଳି ଲାଗି ଏଣିକି ଆବେଦନ କରିବାକୁ ପଡ଼ିବ

ନୂଆଦିଲ୍ଲୀ: ଏଣିକି ମାଗିଲେ ହିଁ ମିଳିବ ଶସ୍ତା ବିଜୁଳି। ବିନା ଆବେଦନରେ ସବ୍‌ସିଡି ଯୁକ୍ତ ବିଜୁଳି ପାଇବେ ନାହିଁ ଉପଭୋକ୍ତା। ଏଭଳି କିଛି ଆଜି ବଡ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦେଶର ରାଜଧାନୀ ଦିଲ୍ଲୀରେ ମାଗଣା ବିଜୁଲି ବଣ୍ଟନ ନିୟମରେ ବଡ ପରିବର୍ତ୍ତନ କରିଛନ୍ତି ଦିଲ୍ଲୀ ସରକାର।
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଏବେ ଦିଲ୍ଲୀରେ ଯାହାକୁ ମାଗଣା ବିଜୁଳି ଦରକାର ତାଙ୍କୁ ଆବେଦନ କରିବାକୁ ପଡିବ। ଏନେଇ ଆଜିଠାରୁ ଆବେଦନ ଆରମ୍ଭ ହେବ ବୋଲି କୁହାଯାଇଛି। କି କିଛି ଲୋକ ମାଗଣା ବିଜୁଳି ନେବାକୁ ମନା କରିଛନ୍ତି। ତେଣୁ ସରକାରଙ୍କ ନିଷ୍ପତ୍ତି ମୁତାବକ ଯେଉଁ ଉପଭୋକ୍ତାମାନେ ମାଗଣା ବିଜୁଳି ନେବାକୁ ଚାହୁଁଛନ୍ତି ସେମାନଙ୍କୁ ଆବେଦନ କରିବାକୁ ପଡିବ ବୋଲି କେଜ୍ରିୱାଲ କହିଛନ୍ତି।
ବର୍ତ୍ତମାନ ପ୍ରାୟ ୪୭,୧୧,୧୭୬ ପରିବାର ବିଦ୍ୟୁତ ସବସିଡିର ଲାଭ ପାଇଛନ୍ତି। ବର୍ତ୍ତମାନ ସମସ୍ତ ଉପଭୋକ୍ତାଙ୍କୁ ସବସିଡି ଛାଡିବା କିମ୍ବା ଅକ୍ଟୋବର ୧ରୁ ମାଗଣା ବିଦ୍ୟୁତ୍ ପାଇବାକୁ ବିକଳ୍ପ ଦିଆଯିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ‘୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଅଛି। ୨୦୦ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ଅଧା ବିଲ୍ ଅଛି। ଆମେ ବିଜୁଳି ବିଲ୍‌ ଦେଇପାରିବୁ, କାହିଁକି ସବ୍‌ସିଡି ଦିଆଯାଉଛି ବୋଲି କିଛି ଲୋକ ଦାବି କରିଥିଲେ। ସେମାନେ ବିକଳ୍ପ ମାଗିଥିଲେ। ଏହାକୁ ଦୃଷ୍ଟିରେ ରଖି ବିଜୁଳି ନିୟମକୁ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।’
କେଜ୍ରିୱାଲ କହିବା ଅନୁସାରେ, ପ୍ରଥମେ ଦିଲ୍ଲୀରେ ବହୁତ ବିଜୁଳି ଖର୍ଚ୍ଚ ହେଉଥିଲା। ଏହାକୁ ଠିକ କରାଯାଇ ଏବେ ଲୋକଙ୍କୁ ୨୪ ଘଣ୍ଟିଆ ବିଜୁଳି ସେବା ଯୋଗାଇ ଦିଆଯାଉଛି। ଦିଲ୍ଲୀରେ ୫୮ ଲକ୍ଷ ବିଜୁଳି ଉପଭୋକ୍ତାଙ୍କ ମଧ୍ୟରୁ ୩୦ ଲକ୍ଷ ଉପଭୋକ୍ତାଙ୍କ ବିଜୁଳି ବିଲ୍ ଶୂନ ଆସୁଥିବା କଥା ସେ କହିଛନ୍ତି । ଏହାସହ ୧୭ ଲକ୍ଷ ଉପଭୋକ୍ତା ଅଧା ବିଲ ଦେଉଛନ୍ତି।

nis-ad
Leave A Reply

Your email address will not be published.