ଫେଲ ମାରିଛି ମୋ ସରକାରଙ୍କ (5 T) ସ୍କୁଲର ମଧ୍ୟାହ୍ନ ଭୋଜନ…!

ପିଲାମାନେ ଖାଉଛନ୍ତି ପକୋଡା, ପୋକ ସାଲୁ ବାଲୁ ଚାଉଳ

ଉମରକୋଟ : ଉମରକୋଟ ବ୍ଲକ, ନବରଙ୍ଗପୁର ଜିଲ୍ଲା, ଅଧିନେସ୍ତ U V No 6 ମୁର୍ତ୍ତୁମା ଗ୍ରାମରେ ଆଜି 5T ସ୍କୁଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା, ଯେଉଁଥିରେ ମୋ ସରକାରଙ୍କ 5T ସ୍କୁଲର ମଧ୍ୟାନ୍ନ ଭୋଜନ ଯୋଜନା ଫେଲ ମାରିଛି ,ସୂଚନା ଅନୁସାରେ 13-09-2022ତାରିଖରେ UV No 6 ମୁର୍ତ୍ତୁମା ଗ୍ରାମର S H G ଗ୍ରୁପର ମହିଳାମାନେ
ମଧ୍ୟାନ୍ନ ଭୋଜନ ରୋଷେଇ କରିବାକୁ ଯାଇଥିଲେ, ସେତେବେଳେ କମିଟିର ମେମ୍ବର smc କମିଟିର ମେମ୍ବର ମାନେ ଏହି ମଧ୍ୟାନ୍ନ ଭୋଜନର ଚାଉଳ ଯାଞ୍ଚ କରିବାକୁ ଯାଇଥିଲେ କାହିଁକି ନା ବହୁତ ଦିନ ହେଲା ଏହି ମଧ୍ୟାନ ଭୋଜନର ଚାଉଳକୁ ନେଇ ଅଭିଯୋଗ ହେଇ ଆସୁଥିଲା ଆଜି ଯାଞ୍ଚ କରି smc କମିଟିର ମେମ୍ବର ମାନେ ଦେଖିବାକୁ ପାଇଲେ ଯେ ରୋଷେଇ କରିବା ଚାଉଳରେ ବଡ଼ ବଡ଼ ପୋକ ସବୁ ସାଲୁ ବାଲୁ ହଉଛି,ଏହି ଘଟଣାକୁ କେନ୍ଦ୍ର କରି ଉକ୍ତ ଗ୍ରାମରେ ପାଟି ତୁଣ୍ଡ ହେବାରୁ ସମଗ୍ର ଗ୍ରାମବାସୀ ଏକାଠି ହେବା ବେଳକୁ କିଛ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଖବର ପାଇଁ ପହଞ୍ଚି ଥିଲେ , ସେହି ସମୟରେ ସ୍କୁଲରେ A B O, ଶ୍ରୀ ପୁରୁଷତମ ମାଝୀ, ଏବଂ C R C ଶ୍ରୀ ରାଜେନ୍ଦ୍ର ଭତ୍ରା ପହଂଚି ଯାଇଥିଲା ସେମାନଙ୍କ ସାମ୍ନାରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ଶଙ୍ଖ ଙ୍କୁ ଘଟଣା ବିଷୟରେ ପଚାରିବାରୁ କହିଲେ M D M ଦାୟିତରେ ଦୁଇ ଜଣ ଶିକ୍ଷକ ଅଛନ୍ତି କିନ୍ତୁ ,ସେ M D M ବୁଝୁ ନାହାନ୍ତି କହି ହେଡ ମାଷ୍ଟର ମହାଶୟ ସଫେଇ ଦେଲେ, ସେତେବେଳେ A B O ମହାଶୟଙ୍କୁ ପଚାରିବାରୁ କହିଲେ ମୁ ଉପରସ୍ତ ଅଫିସର ମାନଙ୍କୁ ଏହି ବିଷୟରେ ଜଣାଇ ବିହିତ କାର୍ଯ୍ୟର ପଦକ୍ଷେବ ନେବି,ଗ୍ରାମବାସୀଙ୍କ କହିବା କଥା ଅନୁସାରେ କୁନି କୁନି ଶିଶୁମାନଙ୍କ ସାଙ୍ଗରେ ଏମିତି ଅନ୍ୟାୟ ଆମେ ବରଦାସ୍ତ କରିବୁ ନାହିଁ ଭଗବାନ ନ କରନ୍ତୁ ଯଦି ଏହି ମଧ୍ୟାହ୍ନ ମିଲ ଖାଇ କୁନି କୁନି ପିଲା ମାନଙ୍କ ଦେହ ଖରାପ ହୁଏ ତେବେ ଏଥି ପାଇଁ ଦାୟୀ ରହିବ କିଏ ବୋଲି ପ୍ରଶ୍ନ କରିଛନ୍ତି l ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନିଅନ୍ତୁ, ନ ହେଲେ ଆଗାମୀ ଦିନରେ ଏହା ବଡ଼ ଆକାର ଧାରଣ କରି ଏକ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଗ୍ରାମବାସୀ କହିଛନ୍ତି,ଏହି ଘଟଣା ପ୍ରସାର ହେଵା ପରେ ସମଗ୍ର ଅଂଚଳବାସୀ ଓ ବୁଦ୍ଧିଜୀବୀ ମାନେ ଘୋର ନିନ୍ଦା କରିଛନ୍ତି, ଆଉ କହିଛନ୍ତି ମୋ ସରକାରର ସବୁ ଯୋଜନାକୁ ସରକାରି ବାବୁ ମାନେ ଆତ୍ମୋସାତ କରି ନିଜ ନିଜ ପକେଟ ଗରମ କରି ବିଭିନ୍ନ ଆଳ ଦେଖାଇ ଗୋଦାମ ଵାଲା କୁ ବଦନାମ କରୁଛନ୍ତି, ଯେମିତି ଦେଉଳ ଭିତରେ କିଏ, ମୁଁ କଦଳୀ ଖାଇ ନାହିଁ ପ୍ରସଙ୍ଗ ଭଳି ଦେଖିବାକୁ ମିଳୁଛି l

nis-ad
Leave A Reply

Your email address will not be published.