ନଗଦ ୨ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଫରେଷ୍ଟର

କଳାହାଣ୍ଡି: ନଗଦ ୨ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଫରେଷ୍ଟର । କଳାହାଣ୍ଡି ଜିଲ୍ଲା ଶଗଡ଼ା ସେକ୍ସନର ଫରେଷ୍ଟର ଯୋଗେନ୍ଦ୍ର ମାଝୀ ଗିରଫ । ତାଙ୍କଠାରୁ ନଗଦ ୨ ଲକ୍ଷ ୩ ହଜାର ଟଙ୍କା ଜବତ ହୋଇଛି । ସେ ଗତ ରାତିରେ ଭବାନୀପାଟଣା ଯାଉଥିବା ବେଳେ ତାଙ୍କୁ ବାଟରେ ଅଟକାଇ ଯାଞ୍ଚ କରିଥିଲେ ଭିଜିଲାନ୍‌ସ ଅଧିକାରୀ ।

ଏହି ଟଙ୍କା କେଉଁଠୁ ଆସିଲା ସେ ବାବଦରେ ଯୋଗେନ୍ଦ୍ର କିଛି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଅସଦ୍‌ ଉପାୟରେ ଫରେଷ୍ଟର ଯୋଗେନ୍ଦ୍ର ଟଙ୍କା କମାଉଥିବା ଜଣାପଡ଼ିଛି । ଏନେଇ ପିସି ଆମେଣ୍ଡମେଣ୍ଟ ଆକ୍ଟରେ କୋରାପୁଟ ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି । ଗିରଫ ପରେ ତାଙ୍କୁ ଭବାନୀପାଟଣା ସ୍ଥିତ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି ।

nis-ad
Leave A Reply

Your email address will not be published.