ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିର ମାମଲରେ ବାରଣାସୀ ଜିଲ୍ଲା କୋର୍ଟର ଫଇସଲା ଆସିଛି। ହିନ୍ଦୁଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ଜିଲ୍ଲା ଜଜ୍। ଜଷ୍ଟିସ୍ ଅଜୟ କୃଷ୍ଣା ବିଶ୍ୱେଶ ୫ ଜଣ ମହିଳାଙ୍କ ଦ୍ୱାରା ଶୃଙ୍ଗାର ଗୌରୀ ମନ୍ଦିରରେ ପୂଜା ଓ ଦର୍ଶନ ଅନୁମତିକୁ ନେଇ ହୋଇଥିବା ଆବେଦନ ଶୁଣାଣି ଯୋଗ୍ୟ ବୋଲି ସେ କହିଛନ୍ତି।
ଏହା ସହ ଅଞ୍ଜୁମନ ଇନ୍ତେଜାମିଆ କମିଟି ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି, ନିୟମ ୬/୧୧ ଲାଗୁ ହେବ। ୭/୧୧ ଲାଗୁ ହେବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ ତାରିଖରେ ହେବ।
ସେପଟେ ହିନ୍ଦୁଙ୍କ ସପକ୍ଷରେ ଫଇସଲା ଆସିବା ପରେ ମୁସଲିମ ପକ୍ଷ ଏହି ରାୟକୁ ଚ୍ୟାଲେଞ୍ଜ କରି ଉଚ୍ଚ ଅଦାଲତକୁ ଯିବେ ବୋଲି କହିଛନ୍ତି। ମୁସଲିମ ପକ୍ଷ ଏହାକୁ ବିରୋଧ କରି ହାଇକୋର୍ଟ ଯିବେ ବୋଲି ତାଙ୍କ ଓକିଲ କହିଛନ୍ତି।
ବାରଣାସୀ ଜିଲ୍ଲା ଜଜ୍ ଅଜୟ କୃଷ୍ଣ ଅଗଷ୍ଟ ୨୪ ତାରିଖରେ ଏହି ମାମଲାର ରାୟକୁ ସଂରକ୍ଷିତ ରଖିଥିଲେ। ସେପ୍ଟେମ୍ବର ୧୨ ତାରିଖରେ ରାୟ ଶୁଣାଇବାକୁ ଘୋଷଣା କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମେ’ ୨୩ ତାରିଖରୁ ଜ୍ଞାନବ୍ୟାପୀ ମାମଲାର ଶୁଣାଣି ଯୋଗ୍ୟ ନା ନାହିଁ ସେ ନେଇ ଜିଲ୍ଲା କୋର୍ଟରେ ଶୁଣାଣି ଚାଲିଛି।
ସେପଟେ ଏହି ଶୁଣାଣିକୁ ଦୃଷ୍ଟିରେ ରଖି ଆଜି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କୋର୍ଟ ପରିସରରେ ଶହ ଶହ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଏଥିସହ ପୂରା ଅଞ୍ଚଳରେ ହାଇଅଲର୍ଟ ମଧ୍ୟ ଜାରି କରାଯାଇଥିଲା।
୧୮ ଅଗଷ୍ଟ ୨୦୨୧ରେ ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେପରି ପୂଜାର୍ଚ୍ଚନା କରିବା ପାଇଁ ଆବେଦନକାରୀ ମହିଳାମାନେ ଦାବି କରିଥିଲେ। ଏପରିକି ମସଜିଦ ବାହ୍ୟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ପାଇଁ ମଧ୍ୟ ଅନୁମତି ଦେବାକୁ ଆବେଦନ କରାଯାଇଥିଲା। ଗତ ଦିଲ୍ଲୀର ରାକ୍ଷୀ ସିଂ ଏବଂ ବାରାଣାସୀର ୪ଜଣ ମହିଳା ସିଭିଲ୍ ଜଜଙ୍କ କୋର୍ଟରେ ଏହି ଆବେଦନ କରିଥିଲେ। ଏହାପରେ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଜ୍ଞାନବ୍ୟାପୀ ମସଜିଦ ପରିସରର ଭିଡିଓଗ୍ରାଫି ସର୍ଭେ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.