ଶିଶୁ ସୁରକ୍ଷା ଓ ଶିଶୁ ଶିକ୍ଷା ସମ୍ପର୍କିତ ସଚେତନା ଶିବିର ଅନୁଷ୍ଠିତ…

ଦାରିଙ୍ଗବାଡ଼ି :, ତା:୧୨/୦୯, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ର ବ୍ରାହ୍ମଣୀଗାଁ ସ୍ଥିତ ପ୍ରଭାତୀ ତାର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ସୁରକ୍ଷା ଓ ଶିଶୁ ଶିକ୍ଷା ସମ୍ପର୍କିତ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମ ରେ କେ.ନୂଆଗାଁ ସ୍ଥିତ ଜନବିକାଶ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ନିର୍ଦେଶକ ମଦନ ସ୍ୱାଲ ସିଂ ଓ ସହ ନିର୍ଦେଶକ ଟି.ଫ୍ରାଞ୍ଚୀସ କହଁର ଯୋଗ ଦେଇ ଉପସ୍ଥିତ ଛାତ୍ରୀ ମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ଦେଇଥିଲେ ବିଶେଷ କରି ବାଲ୍ୟ ବିବାହ ରୋକିବା,ଶିଶୁ ଶ୍ରମିକ, ଶିଶୁଙ୍କୁ ଅନୈତିକ ଚାଲାଣ,ଭିକ୍ଷା ବୃତ୍ତି,ଶିଶୁ ଙ୍କ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ସମ୍ପର୍କରେ ଶିକ୍ଷା ଦେବା ସହ ମାଇନରୀଟି ଛାତ୍ର ଛାତ୍ରୀଙ୍କ ପାଇଁ ଥିବା ସରକାରୀ ସୁବିଧା , ଛାତ୍ର ବୃତ୍ତି ପାଇବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଯେଉଁ ଛାତ୍ର ଛାତ୍ରୀ ଷ୍ଟାଇପେଣ୍ଡ ପାଇଁ ଆବେଦନ କରିବାକୁ ଇଛୁକ ସେମାନଙ୍କୁ ବିନା ମୂଲ୍ୟରେ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରସନ୍ନା ସ୍ୱାଲ ସିଂ ଓ ସେବାଭଗ୍ନୀ ବାସନ୍ତି ବସ୍ତିରାଇ ଯୋଗ ଦେଇଥିବା ବେଳେ ଅନୁଷ୍ଠାନ ର କର୍ମଚାରୀ ଦିବ୍ୟସିଂହ ସଭା ସୁନ୍ଦର ଓ ମିନାକ୍ଷୀ ନାୟକ ପରିଚାଳନା ରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.