ଡକାୟତି ଯୋଜନା ପଣ୍ଡ; ୨ ଦୁର୍ଦ୍ଦାନ୍ତ ଅପରାଧି ସହିତ ୫ ଡକାୟତ ଗିରଫ

ଭୁବନେଶ୍ୱର ୧୧/୦୯: ଜଣିଆ ଡ଼କାୟତି ଗ୍ୟାଙ୍ଗକୁ ଗିରଫ ପାହାଳ ପୋଲିସ କରିଛି। ଶନିବାର ରାତିରେ ଏହି ଡକାୟତମାନଙ୍କୁ ପୋଲିସ୍ ଗିରଫ କରିଛି। ଡକାୟତି ଯୋଜନା କଲାବେଳେ ପୋଲିସ ସେମାନଙ୍କୁ କାବୁ କରିଛି। ସେହି ପାଞ୍ଚ ଜଣଙ୍କ ମଧ୍ୟରୁ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଅଛନ୍ତି। ସେମାନଙ୍କ ନାଁରେ ଏକାଧିକ ମାମଲା ରହିଛି।

ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଖେଳଣା ବନ୍ଧୁକ, ଛୁରୀ, ୨ଟି ବାଇକ ଓ ନିଶାଦ୍ରବ୍ୟ ଜବତ କରାଯାଇଛି। ପାହାଳ ଥାନା ଅଟଳା କେନାଲ ବ୍ରିଜ ପାଖରେ ଅଭିଯୁକ୍ତମାନେ ଡକାୟତି ଯୋଜନା କରୁଥିଲେ। ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ଉ କରିଥଲା। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ୪ ନମ୍ୱର ଜୋନ ଏସିପି ଏସ ଏନ୍ ମୁଦୁଲି ବୋଲି କହିଛନ୍ତି।

nis-ad
Leave A Reply

Your email address will not be published.