ବୁଗୁଡ଼ା ରାଜରାସ୍ତାରୁ ବୁଲା ଗାଈଗୋରୁଙ୍କୁ ହଟାଇଲା ଏନ୍ଏସି ପ୍ରଶାସନ , ବଢିଲା ଗୋପାଳକଙ୍କ ଟେନସନ୍


ବୁଗୁଡା (୧୧/୦୯) : ବୁଗୁଡ଼ା ସହର ରାଜରାସ୍ତାରେ ଗାଈଗୋରୁଙ୍କ ଅବାଧ ବିଚରଣ ଏବଂ ଉପଦ୍ରବ ଯୋଗୁଁ ଟ୍ରାଫିକ୍ ସମସ୍ୟା ଚରମ ସୀମାରେ ପହଞ୍ଚିବା ସହ ପ୍ରବଳ ଜନ ଅସନ୍ତୋଷ ଦେଖା ଦେଇଥିଲା । ଏନେଇ ଏନ୍ଏସି ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ତ୍ରୀବ୍ର ଉଦବେଗ ପ୍ରକାଶ କରିଥିଲେ । ଏହାପରେ ଏନ୍ଏସି ପ୍ରଶାସନ ଚିହିଙ୍କି ଉଠିଥିଲା ଏବଂ କ୍ରମାଗତ ଭାବେ ଦିନ ରାତି ମାଇକ୍ ଯୋଗେ ଖୋଲାରେ ଗାଈଗୋରୁଙ୍କୁ ଛାଡୁଥିବା ଗୋପାଳକ ମାନଙ୍କୁ ସଚେତନ କରି ନିଷ୍ଫଳ ହେବା ପରେ କଡା ପଦକ୍ଷେପ ଗ୍ରହଣ କରିବାକୁ ଯାଇ ଗତ ଗୁରୁବାର ରାତିରୁ ସ୍ଥାନୀୟ ପୋଲିସ ପ୍ରଶାସନର ସହାୟତାରେ ବୁଲା ଗାଈଗୋରୁଙ୍କୁ ଧରପଗଡ ଅଭିଯାନକୁ ଜୋରଦାର କରିଥିଲା ଏବଂ ରାଜରାସ୍ତାକୁ ଓହ୍ଲାଇଥିବା ସମସ୍ତ ଗାଈଗୋରୁଙ୍କୁ ନେଇ ଏନ୍ଏସି କଲ୍ଯାଣୀ ମଣ୍ଡପ ପରିସରରେ ଅଟକ ରଖିବା ଫଳରେ ବୁଗୁଡ଼ା ରାଜରାସ୍ତାରେ ଆଉ ପୂର୍ବ ଭଳି ଗାଈଗୋରୁଙ୍କ ଅବାଧ ବିଚରଣ ଦେଖିବାକୁ ମିଳୁନାହିଁ । ବହୁ ଦିନ ଧରି ଗାଈଗୋରୁଙ୍କ ଉପଦ୍ରବରେ ଅତିଷ୍ଠ ଜନସାଧାରଣ ଏନ୍ଏସିର ଏଭଳି ପଦକ୍ଷେପକୁ ସ୍ବାଗତ କରିଥିବା ଜଣାଯାଇଛି । ଅନ୍ୟପକ୍ଷରେ କେତେକ ଗୋପାଳକ ତଣ୍ଡ ଗଣି ସେମାନଙ୍କ ଗାଈକୁ ନେଇଥିବା ବେଳେ ଆଉ କେତେକ ଅମାନିଆ ଗୋପାଳକ ସେମାନଙ୍କ ଗାଈଗୋରୁକୁ ନନେଇ ଏନ୍ଏସି ପ୍ରଶାସନର ଦମ୍ଭ ପରଖୁଛନ୍ତି । ଫଳରେ ଆଗାମୀ ଦିନରେ ରାଜରାସ୍ତା ଗାଈଗୋରୁଙ୍କ ଅବାଧ ବିଚରଣ ମୁକ୍ତ ରହିବ ନା ପୂର୍ବାବସ୍ଥା ଫେରି ଆସିବ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

nis-ad
Leave A Reply

Your email address will not be published.