ଦିଲ୍ଲୀରେ ସିଏନ୍‌ଜି ବସ୍‌ କିଣା ମାମଲାର ଯାଞ୍ଚ କରିବ ସିବିଆଇ

ନୂଆଦିଲ୍ଲୀ: ବଢ଼ିଲା ଦିଲ୍ଳୀ ମୁଖ୍ୟମନ୍ତୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ। ସିଏନଜି ବସ୍‌ କିଣା ମାମଲାର ତଦନ୍ତ ଏବେ ସିବିଆଇ କରିବ। ଏନେଇ ମଞ୍ଜୁରୀ ଦେଇଛନ୍ତି ଦିଲ୍ଲୀ ଏଲ୍‌ଜି ତଥା ଉପ-ରାଜ୍ୟପାଳ ଭିକେ ସାକ୍ସେନା। ଡିଟିସି ଦ୍ୱାରା ଏକ ହଜାର ଲୋ-ଫ୍ଲୋର୍‌ ବସ୍ କିଣିରେ ହୋଇଥିବା ଦୁର୍ନୀତିର ଯାଞ୍ଚ ସିବିଆଇକୁ ପଠାଇବାକୁ ସେ ମଞ୍ଜୁରୀ ଦେଇଛନ୍ତି।
ଏଲ୍‌ଜି କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଡିଟିସି ଦ୍ୱାରା ୧୦୦୦ ଲୋ-ଫ୍ଲୋର୍‌ ବସ କିଣାରେ ଘୋର ଦୁର୍ନୀତି ହୋଇଥିବା ନେଇ ଚଳିତ ବର୍ଷ ଜୁନ୍‌ ମାସରେ ଏଲ୍‌ଜି ସଚିବାଳୟଙ୍କ ନିକଟକୁ ଅଭିଯୋଗ ଆସିଥିଲା। ଅଭିଯୋଗରେ ଦାବି କରାଯାଇଥିଲା ଯେ, ଯୋଜନାବଦ୍ଧ ରୂପେ ଟେଣ୍ଡର ଏବଂ ବସ୍ କ୍ରୟ ପାଇଁ ଗଠିତ କମିଟିର ସଭାପତି ଭାବରେ ଦିଲ୍ଲୀ ପରିବହନ ନିଗମ (ଡିଟିସି) ପରିବହନ ମନ୍ତ୍ରୀଙ୍କୁ ନିଯୁକ୍ତି କରିଥିଲା।
ଦୁର୍ନୀତି କରିବା ଉଦ୍ଦେଶ୍ୟରେ BIM ପରିଚାଳନା ପରାମର୍ଶଦାତା ଭାବରେ DIMTSଙ୍କୁ ନିଯୁକ୍ତ କରାଗଲା ଏବଂ ଜୁଲାଇ ୨୦୧୯ରେ ୧୦୦୦ CNGର ବିସଏସ୍‌-୪ ଓ ବିଏସ୍‌-୬ ବସ୍ କିଣିବା ପାଇଁ ବିଡ୍‌ ଦିଆଯାଇଥିଲା। ମାର୍ଚ୍ଚ ୨୦୨୦ରେ ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତିନାମା ପାଇଁ ହୋଇଥିବା ଟେଣ୍ଡର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା।
ତେବେ ଗତ ବର୍ଷ ଅଭିଯୋଗ ପରେ ବସ୍ କିଣା ପାଇଁ ହୋଇଥିବା ଟେଣ୍ଡରକୁ ବାତିଲ କରାଯାଇଥିଲା। କିନ୍ତୁ ଉପରାଜ୍ୟପାଳ ଏହି ଅଭିଯୋଗକୁ ଜୁଲାଇ ୨୨ରେ ମୁଖ୍ୟ ସଚିବଙ୍କ ନିକଟକୁ ପଠାଇଥିଲେ। ୧୯ ଅଗଷ୍ଟରେ ମୁଖ୍ୟ ଶାସନ ସଚିବ ତାଙ୍କ ରିପୋର୍ଟ ପଠାଇଥିଲେ। ଏଥିରେ ଟେଣ୍ଡର ପ୍ରକ୍ରିୟାରେ ଗୁରୁତର ଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଥିଲା। CVC ନିର୍ଦ୍ଦେଶାବଳୀ ଏବଂ ସାଧାରଣ ଆର୍ଥିକ ନିୟମର ଚରମ ଉଲ୍ଲଂଘନ ହୋଇଥିବା କୁହାଯାଇଥିଲା। ଡିଟିସିର ଡେପୁଟି କମିଶନରଙ୍କ ରିପୋର୍ଟରେ ମଧ୍ୟ ସମାନ ଦୁର୍ନୀତି କଥା ଉଲ୍ଲେଖ କରାଯାଇଥିଲା। ଏହା ପରେ ଏବେ ସାକ୍ସେନା ସିବିଆଇକୁ ଏହି ଅଭିଯୋଗ ପଠାଇଛନ୍ତି।
ସେପଟେ ବସ୍‌ କିଣା ମାମଲାରେ ସିବିଆଇ ତଦନ୍ତ ଉପରେ ଦିଲ୍ଲୀ ସରକାରଙ୍କ ବୟାନ ସାମ୍ନାକୁ ଆସିଛି। ଟେଣ୍ଡର ବାତିଲ ହୋଯାଇଥିଲା। ବସ୍ କେବେ କିଣାଯାଇ ନାହିଁ। ଦିଲ୍ଲୀକୁ ଜଣେ ଅଧିକ ଶିକ୍ଷିତ ଉପରାଜ୍ୟପାଳ ଦରକାର। ବର୍ତ୍ତମାନର ଉପରାଜ୍ୟପାଳ ଜାଣି ନାହାଁନ୍ତି ଯେ ସେ କ’ଣ ଓ କାହା ଉପରେ ଦସ୍ତଖତ କରୁଛନ୍ତି ବୋଲି ଦିଲ୍ଲୀ ସରକାର କହିଛନ୍ତି।
ଦିଲ୍ଲୀ ସରକାରଙ୍କ ବୟାନ ମୁତାବକ, ଖୋଦ୍‌ ଉପରାଜ୍ୟପାଳଙ୍କ ଉପରେ ଅନେକ ଗୁରୁତର ଦୁର୍ନୀତି ଅଭିଯୋଗ ରହିଛି। ଧ୍ୟାନ ବଦଳାଇବା ପାଇଁ ସେ ଏପରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ତଦନ୍ତ ଏପର୍ଯ୍ୟନ୍ତ କୌଣସି ଫଳାଫଳ ଦେଇନାହିଁ। ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ପରେ ସେ ବର୍ତ୍ତମାନ ଚତୁର୍ଥ ମନ୍ତ୍ରୀଙ୍କ ଉପରେ ଅଭିଯୋଗ କରୁଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ପ୍ରଥମେ ନିଜ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ଉତ୍ତର ଦେବା ଉଚିତ୍। ସେ ଖଦି ଗ୍ରାମ ଶିଳ୍ପ ଆୟୋଗର ଚେୟାରମ୍ୟାନ୍ ଭାବରେ ୧୪୦୦କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।

nis-ad
Leave A Reply

Your email address will not be published.