ରାଜଧାନୀରେ ପୁଣି ଆତ୍ମହତ୍ୟା; ହାଉସିଂବୋର୍ଡ କଲୋନିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ୦୯/୦୯: ରାଜଧାନୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ଅଶୋକ କୁମାର ପ୍ରଧାନ‌(୩୩) ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଯୁବକ ଜଣକ ଅନେକ ସମୟରେ ଗଞ୍ଜେଇ ଓ ଡ୍ରଗ୍ସ ସେବନ କରୁଥିଲେ। ସେ ଜଣେ ଡ୍ରାଇଭର ଭାବେ କାମ କରନ୍ତି। ବାହାରୁ ଡ୍ରଗ୍ସ ସେବନ କରି ଘରକୁ ଫେରୁଥିଲେ। ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଏନେଇ ପୋଲିସ ତଦନ୍ତ ଚଳାଇଛି।

nis-ad
Leave A Reply

Your email address will not be published.