୫୨ ବର୍ଷରେ NEETରେ ସଫଳ ; ପରୀକ୍ଷାରେ ରଖିଲେ ୯୮.୯୮ ପ୍ରତିଶତ

ବୋଡକଦେବ:ବିଦ୍ୟା ଆଉ ବୟସ ଏହା ଭିତରେ କିଛି ଭି ସାମଞ୍ଜସ୍ୟ ନାହିଁ କାରଣ ବିଦ୍ୟା ଗ୍ରହଣ କରିବାର କୌଣସି ସମୟସୀମା ନାହିଁ । ଯେତେ ପର୍ଯ୍ୟନ୍ତ ଆମ ମନରେ ଜାଣିବାର ଆଉ କିଛି ଶିଖିବାର ଇଚ୍ଛା ଶକ୍ତି ଅଛି ଆମକୁ ସଫଲତା ହାସଲ କରିବାରେ କେହି ରୋକି ପାରିବେ ନାହିଁ । ବୁଧବାର ରାତିରେ ଯେତେବେଳେ ଜାତୀୟ ଯୋଗ୍ୟତା କମ ପ୍ରବେଶିକା ପରୀକ୍ଷା (NEET) ଫଳାଫଳ ପ୍ରକାଶ ପାଇଛି , ତେବେ ଏହି ପରୀକ୍ଷାରେ ପ୍ରଦୀପ କୁମାର ସିଂ ତାଙ୍କର ଦୀର୍ଘ ଦିନର ସ୍ୱପ୍ନକୁ ପୂରଣ କରିଛନ୍ତି।

ପ୍ରାୟ ତିନି ଦଶନ୍ଧି ପୂର୍ବରୁ ସକ୍ରିୟ ଅଧ୍ୟୟନ ଛାଡିବା ସତ୍ବେ ଗୁଜୁରାଟର ବୋଡକଦେବ ର ୫୨ ବର୍ଷିୟ ବ୍ୟବସାୟୀ ୭୨୦ ମଧ୍ୟରୁ ୬୦୭ ସ୍କୋର କରିଥିଲେ। ତେବେ ଏତେ ବଡ଼ ସଫଳତା ହାସଲ କରିବା ପରେ ସେ କହିଛନ୍ତି ଯେ ମୁଁ ଡାକ୍ତର ହେବାକୁ ଚାହୁଁନି , କିନ୍ତୁ ଗରିବ ଛାତ୍ରଛାତ୍ରୀ ମାନଙ୍କୁ ମାଗଣା କୋଚିଂ ଯୋଗାଇବାକୁ ଚାହୁଁଛନ୍ତି ଯାହା ଦ୍ୱାରା ସେମାନେ ନିଟ ରେ ସଫଳତା କରିପାରିବେ ଏବଂ ଡାକ୍ତର ହୋଇପାରିବେ।

ସିଂ କହିଛନ୍ତି, “୫୨ ବର୍ଷ ବୟସରେ ମୁଁ ୯୮.୯୮ ପ୍ରତିଶତ ସ୍କୋର କରିଛି। ମେଡିକାଲ କଲେଜରେ ଯୋଗଦେବା ପାଇଁ ମୋର କୌଣସି ଉଦ୍ଦେଶ୍ୟ ନାହିଁ କିନ୍ତୁ ମୁଁ ଗରିବ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ମାଗଣା ନିଟ କୋଚିଂ ସେଣ୍ଟର ଆରମ୍ଭ କରିବାକୁ ଚାହୁଁଛି। ଏହି ପ୍ରୟାସରେ ସେ ତାଙ୍କ ପୁଅ ବିଜିନ ସ୍ନେହାନଶଙ୍କ ସମ୍ପୂର୍ଣ୍ଣ ସମର୍ଥନ ପାଇଥିଲେ, ଯିଏକି ଏଲିସବ୍ରିଜର NHL ମେଡିକାଲ କଲେଜରେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ର ଅଟନ୍ତି। ସିଂ ୧୯୮୭ ରେ ଦିଲ୍ଲୀରେ ଅନୁଷ୍ଠିତ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷାରେ ୭୧% ମାର୍କ ହାସଲ କରିଥିଲେ। ଏହା ପରେ ସେ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରୁ କଳା (ଅର୍ଥନୀତି) ରେ ସ୍ନାତକ ଏବଂ ବ୍ୟବସାୟ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସିଂ କହିଛନ୍ତି, ମୁଁ ପ୍ରଥମେ ବିଭିନ୍ନ ବ୍ୟବସାୟ ପତ୍ରିକା ପାଇଁ ଚାକିରି କରିଥିଲି। ପରେ ମୁଁ ମୋର ବ୍ୟବସାୟଆରମ୍ଭ କଲି ।

୨୦୧୯ ମସିହାରେ, ବିଜିନ ସ୍ନେହାନ୍ ନିଟ ପାଇଁ ଆବେଦନ କରିଥିଲେ ଏବଂ ୫୯୫ ମାର୍କ ସୁରକ୍ଷିତ କରିଥିଲେ। ସିଂ କହିଛନ୍ତି, “ଯେତେବେଳେ ମୋ ପୁଅ ନିଟ ପାଇଁ ପ୍ରସ୍ତୁତି ଆରମ୍ଭ କଲା, ମୁଁ ତାଙ୍କୁ ସାହାଯ୍ୟ କରିବାକୁ ଆଗ୍ରହ ପ୍ରକାଶ କଲି। ମୁଁ ଅନୁଭବ କଲି ଯେ କୋଚିଂ ପ୍ରତିଷ୍ଠାନଗୁଡ଼ିକ ଅଧିକ ଫି ଆଦାୟ କରନ୍ତି। ପ୍ରଦିପ କୁମାର ସିଂ ଏବଂ ତାଙ୍କ ପୁଅ ଏହି ସମସ୍ୟାର ସମାଧାନ ପାଇଁ ଉପାୟ ବିଷୟରେ ଆଲୋଚନା କରିଥିଲେ।

ସେ କହିଛନ୍ତି, “ମୋ ପୁଅ ଜୀବ ବିଜ୍ଞାନରେ ଭଲ ଥିବାବେଳେ ମୁଁ ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନରେ ଭଲ। ଆମେ ଏହି ବିଷୟଗୁଡ଼ିକୁ ମାଗଣାରେ ଶିକ୍ଷା ଦେବାକୁ ସ୍ଥିର କଲୁ । ବର୍ତ୍ତମାନ ଆମେ ମୋ ଘରେ କିଛି ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦେଉଛୁ । ତଥାପି, ମୋ ପାଖରେ ଆତ୍ମବିଶ୍ୱାସର ଅଭାବ ଥିଲା । ମୁଁ ନିଜେ ପରୀକ୍ଷା ନ ଦେଇ ଅନ୍ୟମାନଙ୍କୁ କିପରି ଶିକ୍ଷା ଦେଇ ପାରିବି? ସେଥିପାଇଁ ୨୦୨୧ ମସିହାରେ, ଜାତୀୟ ପରୀକ୍ଷା ଏଜେନ୍ସି ଏବଂ ଜାତୀୟ ଚିକିତ୍ସା ପରିଷଦ ନିଟ ପାଇଁ ବୟସ ସୀମା ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, “ତେଣୁ, ମୁଁ ଖୁବ୍ କମ୍ ସମୟ ମଧ୍ୟରେ ନିଟ ପାଇଁ ପ୍ରସ୍ତୁତ ହେଲି । ଜୁଲାଇ ପରୀକ୍ଷା ପାଇଁ ମୁଁ ଫେବୃଆରୀରେ ଅଧ୍ୟୟନ ଆରମ୍ଭ କଲି । ମୁଁ କଠିନ ଅଧ୍ୟୟନ କଲି ଏବଂ ୯୮.୯୮ପ୍ରତିଶତ ପାଇଲି । ବର୍ତ୍ତମାନ ଏହା ମୋ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିପାରିଛି, ମୁଁ ବର୍ତ୍ତମାନ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେଇ ପାରିବି ।

nis-ad
Leave A Reply

Your email address will not be published.