୨ ଦିନିଆ ଜିଲ୍ଲାସ୍ତରୀୟ ଛାଗ ପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଫୁଲବାଣୀ : ଗତକାଲି ଠାରୁ ୨ ଦିନିଆ ଜିଲ୍ଲାସ୍ତରୀୟ ଛାଗ ପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଏସ୍‌.ବି.ଆଇ., ଆର୍‌. ସେ.ଟି. ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ଅଶୋକ କୁମାର ତ୍ରିପାଠୀଙ୍କର ପୌରହିତ୍ୟରେ ୧୦ ଜଣ ଅଗ୍ରଣୀ ଛାଗ ଚାଷୀ ଘୁ.ଉଦୟଗିରି ଅନ୍ତର୍ଗତ ଏବଂ ଆକାଂକ୍ଷା ଜିଲ୍ଲା ଅଧିନସ୍ଥ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷଣ ସମାପନ ହୋଇଅଛି । ଦ୍ୱିତୀୟ ଦିନରେ ଚିପିଲିମାଠାରେ ଅବସ୍ଥିତ ଛାଗ ପ୍ରଜନନ କେନ୍ଦ୍ରରେ ଏକ୍ସପୋଜର୍ ଭିଜିଟ୍‌ର ବ୍ୟବସ୍ଥା କାର୍ଯ୍ୟକ୍ରମ ରହିଥିଲା । ଜିଲ୍ଲା ପ୍ରଶିକ୍ଷଣ ସଂଯୋଜିକା ଡଃ ଅଳକା ପଟ୍ଟନାୟକଙ୍କର ଉଦ୍ୟମରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିଛି । ମାନବ ସମ୍ବଳ ଭାବରେ ଡଃ ସନ୍ତୋଷ କୁମାର ପଟ୍ଟନାୟକ, ଏ.ଡି.ଭି.ଓ. (ଡି.ସି.), ଡଃ ମନୋଜ କୁମାର ସାହୁ, ଡି.ଡି., ଫୁଲବାଣୀ,ଡଃ ରଞ୍ଜନ କୁମାର ସାହୁ, ଏ.ଡି.ଭି.ଓ. (ଏଲ୍‌.ପି.), ଏବଂ ଡଃ ପ୍ରଶାନ୍ତ କୁମାର ମହାଲିକ, ଫାର୍ମ ମ୍ୟାନେଜର୍ , ଜି.ବି.ଏଫ୍‌. ଆଦି ଯୋଗ ଦେଇ ଚାଷୀମାନଙ୍କର ଦକ୍ଷତା ବୃଦ୍ଧିରେ ସହାୟକ ହୋଇଥିଲେ । କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀମାନଙ୍କର ଜୀବନ, ଜୀବିକାରେ ନିଶ୍ଚିତ ରୂପେ ପରିବର୍ତ୍ତନ ଆସିବ ବୋଲି ପ୍ରାଣୀ ସମ୍ପଦ ବିକାଶ ବିଭାଗ, କନ୍ଧମାଳ ଆଶା ପ୍ରକଟ କରିଅଛି ।

nis-ad
Leave A Reply

Your email address will not be published.