ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଅଭିଭାବକ-ଶିକ୍ଷକ ସଂଘର ବୈଠକ


ବୁଗୁଡ଼ା (୦୮/୦୯) : ସ୍ଥାନୀୟ ପିପୁଲ୍ସ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବପରିସରସ୍ଥ ଭାଷା-ବିଜ୍ଞାନାଗାରରେ ଅଭିଭାବକ-ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ବୈଠକରେ ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ , ବିଭାଗୀୟ ମୁଖ୍ୟ ଅଧ୍ୟାପକ ଜୟରାମ ବିଷୋୟୀ , ଅଧ୍ୟାପିକା ଅନୀତା ଦେବୀ, ଅଧ୍ୟାପକ ଦିଲ୍ଲୀପ ସାହୁ , ଆଇକ୍ୟୁଏସି ସହ-ସଂଯୋଜକ ଅଧ୍ଯାପକ ଆତ୍ମ ପ୍ରକାଶ ନାୟକ ଏବଂ ବିଭାଗୀୟ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଯୋଗ ଦେଇଥିଲେ । ଉକ୍ତ ବୈଠକ କାଳରେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଓ ବୌଦ୍ଧିକ ବିକାଶରେ ଅଭିଭାବକ ଏବଂ ଶିକ୍ଷକଙ୍କ ଆବଶ୍ୟକୀୟ ଭୂମିକା ସମ୍ପର୍କେ ବ୍ଯାପକ ଆଲୋଚନା କରାଯାଇଥିଲା । ଏଥି ସହ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଅହେତୁକ ଅନୁପସ୍ଥିତି ପ୍ରତି କଡା ଆଭିମୁଖ୍ୟ ଗ୍ରହଣ ନିମନ୍ତେ ସର୍ବସମ୍ମତି ପ୍ରକାଶ ପାଇଥିଲା । ଅନ୍ୟପକ୍ଷରେ ବିଭାଗୀୟ ଛାତ୍ରଛାତ୍ରୀଙ୍କ ବିଜ୍ଞାନୀ ଚିନ୍ତନର ଅଭିବୃଦ୍ଧି ଦୃଷ୍ଟିରୁ କଲେଜ ପରିସରସ୍ଥ ବୋଟାନିକାଲ ଗାର୍ଡନର ଉନ୍ନତିକରଣ ଜରୁରୀ ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଇଥିଲା । ଉକ୍ତ ବୈଠକରେ ଆଶାନୁରୂପକ ଅଭିଭାବକଙ୍କ ଉପସ୍ଥିତି ସାଙ୍ଗକୁ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ ଦେଖିବାକୁ ମିଳିଥିଲା ।

nis-ad
Leave A Reply

Your email address will not be published.