ବାଲ୍ୟ ବିବାହ ସଚେତନତା ରଥକୁ ବିଶାଳ ଶୋଭା ଯାତ୍ରା ଦ୍ଵାରା ସ୍ୱାଗତ ସମର୍ଦ୍ଧନା…


ଉମେରକୋଟ : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ତୋହରା ପଞ୍ଚାଏତ ଅନ୍ତର୍ଗତ ବନିପଦର ଗ୍ରାମରେ ବାଲ୍ୟ ବିବାହ ସଚେତନତା ରଥକୁ ପ୍ରାୟ ଚାରି ଶହରୁ ପାଞ୍ଚ ଶହ ବାଳକ ବାଳିକା SHG ଗ୍ରୁପର ସମସ୍ତ ମା ଏବଂ ଗ୍ରାମର ଶିରା ଗୌଠିଆ ପୂଜାରୀ ଓ ସମସ୍ତ ଗ୍ରାମବାସୀ ସହ ଆଖ ପାଖ ଗ୍ରାମର ଭଦ୍ର ବ୍ୟାକ୍ତି ମହିଳା ଯୋଗଦାନ କରି ବିଭିନ୍ନ ଢୋଲ ମାଦଳ ବାଜ଼ନା ସହ ଲୋକ ନିତ୍ୟ ଦ୍ଵାରା ରଥକୁ ପାଛୋଟି ନେବା ସହ ସ୍ୱାଗତ ସମର୍ଦ୍ଧନା କରିଥିଲେ, ଏହି କାର୍ଯ୍ୟକ୍ରମଟିକୁ ସୁନ୍ଦର ଭାବରେ ସୁପରିଚାଳନା କରିବା ପାଇଁ ଉମରକୋଟ ଶିଶୁମଙ୍ଗଳ ବିକାଶ ପ୍ରକୋଳ୍ପର ସୁପର ଭାଈଜର ଶ୍ରୀମତି ସରିତା ଜେନା ତତ ସଙ୍ଗେ ବନିପଦର ଗ୍ରାମର ଆଙ୍ଗନ ବାଡ଼ି କର୍ମୀ ଶ୍ରୀମତି ପ୍ରମିଲା ମଜୁମଦାର ସହ ବିଭିନ୍ମ ଗ୍ରାମର

ଆଙ୍ଗନବାଡ଼ି କର୍ମୀ ସହୟିକା ଆଶା କର୍ମୀ. ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ଆଗେଇ ନେବାରେ ସହଯୋଗ କରିଥିଲେ, ମୁଖ୍ୟ ଅତିଥି ଭାବେ ତୋହରା ପଞ୍ଚାଏତ ସରପଞ୍ଚ ଶ୍ରୀ ସଦା ମାଝୀ ଯୋଗଦାନ କରି ସମସ୍ତଙ୍କ ସୁନ୍ଦର ଭାବରେ ଏହି ବାଲ୍ୟ ବିବାହ ବିଷୟରେ ଆଲୋଚନା କରି ବୁଝାଇଥିଲେ ଯେ ବାଲ୍ୟ କରିବା ଦ୍ଵାରା ଆମ ଝିଅ ପୁଅ ସହ ସେହି ପରିବାରର କଣ କ୍ଷେତି ହେଉଛି ତା ସହିତ ସମାଜ଼ ପ୍ରତି ତାର କୁ ପ୍ରଭାବ ପଡୁଛି, ଯଦି କେହି ବାଲ୍ୟ ବିବାହ କରେ ବା କରାଇଥାଏ ତାହେଲେ ସରକାର ତୁରନ୍ତ ପଦକ୍ଷେପ ନେଇ ଆଇନ ଅନୁସାରେ ଦଣ୍ଡିତ କରିବେ, ତତ ପରେ ସୁପରଭାଇଜର ଦିଦି ସମସ୍ତ ବାଳକ ବାଳିକା ଏବଂ ଗ୍ରାମର ଅଭିଭାବକ ଅଭିଭାବିକା ମାନଙ୍କ ବାଲ୍ୟ ବିବାହ ନ କରାଇବା ପାଇଁ ଶପଥ ପାଠ କୋରାଇଥିଲା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ମିଠା ବଣ୍ଟନ କରି ଏହି ବାଲ୍ୟ ବିବାହର ସଚେତନତା ଶୋଭାଟି ସମାପ୍ତ କରିଥିଲେ

nis-ad
Leave A Reply

Your email address will not be published.