କୋଣାର୍କ ସୂର୍ଯ୍ୟ ମନ୍ଦିର ରୁ ବାଲିକଢା କାମର ଶୁଭାରମ୍ଭ

କୋଣାର୍କ: ବହୁ ପ୍ରତିକ୍ଷା ପରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବା ବ୍ଲାକ ପାଗୋଡାରୁ ଆଜି ବାଲିକଢା କାମର ଶୁଭାରମ୍ଭ ହୋଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇ ପକ୍ଷରୁ ଏଥିନିମନ୍ତେ ଭୂମି ପୂଜନ କରାଯାଇଛି। ଉନ୍ନତ ବୈଷୟିକ ଜ୍ଞାନକୌଶଳର ବିନିଯୋଗ କରି ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବାକୁ ଯୋଜନା ହୋଇଛି । ମନ୍ଦିର ଭିତରୁ ବାଲି କାଢ଼ିବା ଲାଗି ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି ।

ବାଲି କାଢ଼ିବା ପାଇଁ ବୈଷୟିକ ଜ୍ଞାନ କୌଶଳ ଯୋଗାଇବାକୁ  BDR ନିର୍ମାଣ ପ୍ରାଇଭେଟ ଲିମିଟେଡ ନାମକ ଏକ ଘରୋଇ କଂପାନୀକୁ ଟେଣ୍ଡର ଦିଆଯାଇଛି । କଂପାନୀକୁ ଏହି ଟେଣ୍ଡର ମିଳିଛି । ତେବେ ଘରୋଇ କଂପାନୀ କେବଳ ବୈଷୟିକ ଜ୍ଞାନ କୌଶଳ ଯୋଗାଇବ ଓ ବାଲି କାଢିବା କାର୍ଯ୍ୟରେ ASIର କର୍ମଚାରୀମାନେ ନିୟୋଜିତ ହେବେ ବୋଲି କୁହାଯାଇଛି ।

ବୈଷୟିକ ଜ୍ଞାନ କୌଶଳ ଲାଗି ଘରୋଇ କଂପାନୀ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ମେକାନିକାଲ ୱାର୍କିଂ ପ୍ଲାଟଫର୍ମ ନିର୍ମାଣ ଆରମ୍ଭ ହୋଇଛି । ଗର୍ଭଗୃହ ସଂଲଗ୍ନ ପଶ୍ଚିମ ଦ୍ୱାର ପଟୁ ଗର୍ତ୍ତ କରି ଗର୍ଭଗୃହରୁ ବାଲି କଢାଯିବ ବୋଲି ASI ସୁପରିଣ୍ଟଣ୍ଡେଣ୍ଟ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି । ଏନେଇ ସେ କହିଛନ୍ତି,ଏହି କାମ ଆରମ୍ଭ ପାଇଁ ଗତ ୨ ବର୍ଷ ହେଲା ଆମେ କଠିନ ପରିଶ୍ରମ କରୁଛୁ। ବିଭିନ୍ନ ପ୍ରଫେସନାଲ ଲୋକ ତଥା ଇଞ୍ଜିନିୟରଙ୍କଠାରୁ ତଥ୍ୟ ସଂଗ୍ରହ କରୁଛୁ। ମନ୍ଦିର ଭିତରେ ଥିବା ବାଲି ବାହାର କରିବୁ । ୩ ଦ୍ୱାର ଓ ଏକ ଗର୍ଭଗୃହକୁ ଖୋଲି ଜଗମୋହନକୁ ସ୍ଥିର କରିବୁ। ଫଳରେ ପର୍ଯ୍ୟଟକ ଏହାର ଦର୍ଶନ କରିବାର ସୁଯୋଗ ପାଇପାରିବେ। ଆମେ ୩ ବର୍ଷରେ ଏହି କାମ ସାରିବା ପାଇଁ  ଟାର୍ଗେଟ ରଖୁଛୁ। ହେଲେ ଅଧିକ ସମୟ ବି ନେଇପାରେ।

nis-ad
Leave A Reply

Your email address will not be published.