କୋଟିଏ ୩୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ କଲା ଏସଟିଏଫ୍, ବେପାରୀ ଗିରଫ

ଭୁବନେଶ୍ବର : ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ୍)କୁ ଆଉ ଏକ ବଡ ସଫଳତା ମିଳିଛି । ବାଲେଶ୍ବର ପୋଲିସ ସହାୟତାରେ ଅରଡା ବଜାର ରେଲୱେ ଲେବଲ୍ କ୍ରସିଂ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍‌ । ମୋଟ ୧ କୋଜି ୩୮୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଅଭିଯୁକ୍ତ ବେପାରୀ ସେଖ୍ ରଫିକ୍ ଗିରଫ କରାଯାଇଛି ।

ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୧ କୋଟି ୩୫ଲକ୍ଷରୁ ଅଧିକ ଟଙ୍କା ହେବ । ରଫିକ୍‌ର ଘର ପଶ୍ଚିମବଙ୍ଗ ଅଞ୍ଚଳରେ ଏବଂ ସେ ଦୀର୍ଘଦିନ ହେଲା ସହଦେବଖୁଣ୍ଟା ଅରଡା ବଜାର ମସଜିଦ୍ ଗଳିରେ ରହି କାରବାର କରୁଥିଲା ।

nis-ad
Leave A Reply

Your email address will not be published.