ବ୍ରହ୍ମପୁରରେ ପୁଣି ବୁଲିଲା ଖଣ୍ଡା

ବ୍ରହ୍ମପୁର : ବ୍ରହ୍ମପୁରରେ ପୁଣି ବୁଲିଲା ଖଣ୍ଡା । ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ସ୍ଥାନୀୟ କର୍ପୋରେଟର । ଖଣ୍ଡା ଧରି ହାଣୁଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବ୍ରହ୍ମପୁରର ବିଜିପୁର ଲକ୍ଷ୍ମୀସାହିରେ ଜଣେ ଯୁବକ ଆରୁ ମହାରଣାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।
ଖୋଦ୍ କର୍ପୋରେଟର ନରସିଂହ ସେଠୀ ୪ଜଣ ଯୁବକଙ୍କ ସହ ମିଶି ଖଣ୍ଡା ଓ ଠେଙ୍ଗାରେ ମରଣାନ୍ତକ ଆକମ୍ରଣ କରିଥିଲେ । । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତି କରାଯାଇଛି । ଯବୁକଙ୍କୁ ଗୋଡାଇ ହାଣୁଥିବାର ଫୁଟେଜ ପୁଲିସର ହସ୍ତଗତ ହୋଇଥିବା ବେଳେ ଏହି ଭିଡ଼ିଓ ଏବେ ସବୁଠି ଭାଇରାଲ ହେବାରେ ଲାଗିଛି । ଘଟଣାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ଛାନ୍ଭିନ୍ ଜାରି ରହିଛି ।ବ୍ରହ୍ମପୁର ଟାଉନ ଥାନାରେ ଉଭୟ ପକ୍ଷରୁ ମାମଲା ଦାଏର କରାଯାଇଛି । ପୁଲିସ କର୍ପୋରେଟର ସମେତ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.