ଅସହାୟ ପରିବାରକୁ ସହାୟତାର ହାତ ବଢାଇଲେ ଛତ୍ରପୁର ବ୍ଲକ ଯୁବ ବିଜେଡି ସଭାପତି

ଛତ୍ରପୁର : ଗୋଟାଏ ଅସହାୟ ପରିବାରକୁ ସହାୟତାର ହାତ ବଢାଇ ମାନବିକତାର ପରିଚୟ ଦେଇଛନ୍ତି ୧୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ୱାମୀ ତଥା ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ । ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଗ୍ରାମର ନବୀନ ନାୟକଙ୍କ ଗତ କିଛି ଦିନ ତଳେ ଦେହ ଅସୁସ୍ଥ ଥିବା ବେଳେ ଏହାର ସୂଚନା ପାଇଁ କାଳିଆ ଗ୍ରାମରେ ପହଂଚି ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ମର ଶରୀରକୁ ଗ୍ରାମକୁ ଆଣିବା ନିମନ୍ତେ କାଳିଆଙ୍କ ସହଯୋଗରେ ମହା ପ୍ରୟାଣ ଗାଡିରେ ଅଣାଯାଇ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ସେ ଜଣେ ଗରୀବ ଓ ହରିଜନ ପରିବାର ର ହୋଇଥିବାରୁ ତାଙ୍କ ପରିବାର ରେ ସେ ଜଣେ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଚଳିବା କଷ୍ଟସାଧ୍ୟ ହୋଇପଡିଛି । ଏଣୁ ବ୍ଲକ ଯୁବ ବିଜେଡି ସଭାପତି ଶ୍ରୀ ନାହାକ ତାଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

nis-ad
Leave A Reply

Your email address will not be published.