ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଦାରିଙ୍ଗବାଡି, (୭/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟ କ୍ରମ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦଳଙ୍କ ସହଯୋଗରେ କରଯାଇଛି। ଶିବିରରେ ବ୍ରାହ୍ମଣୀଗାଁ ଅଞ୍ଚଳର ୮ଗୋଟି ଗ୍ରାମପଞ୍ଚାୟତ ଯଥା କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡା, ବ୍ରାହ୍ମଣୀଗାଁ, ସରାମୁଳି, ତାଜୁଙ୍ଗି, ହାତିମୁଣ୍ଡା ଓ ଗଦାପୁର ଗ୍ରାମପଞ୍ଚାୟତର ଛୋଟ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ଭିନ୍ନକ୍ଷମ ବ୍ୟକ୍ତି ଆସି ଥିବା ଦେଖିବାକୁ ମିଳିଛି। ଭିନ୍ନକ୍ଷମ ଶିବିରକୁ ଲୋକମାନେ ସକାଳ ୮ଟାରେ ଆସି ପହଞ୍ଚିଥିଲେ ହେଲେ ଶିବିରରେ ସର୍ଵ ନିମ୍ନ ଆବଶ୍ୟକତା ଯାହାକି ପାନୀୟ ଜଳ, ପଞ୍ଜିକରଣ ଫର୍ମର ଅଭାବୀ ଓ ବସିବାର ସୁ ବ୍ୟବସ୍ଥା କରା ଯାଇ ନ ଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଥିଲା। ହେଲେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଓ ବିଡିଓ ଗଦାଧର ପାତ୍ର ପହଁଚିବା ପରେ ସମସ୍ୟା ସବୁର ସମାଧାନ ହୋଇଥିବା ଜଣାପଡିଛି। ଏହିକାର୍ଯ୍ୟକ୍ରମରେ ଜିଲା ଦିବ୍ୟାଙ୍ଗ ଥଇଥାନ ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ଜିଲା ବିଏସଏସଓ ପ୍ରମୋଦ କୁମାର ବଡ଼ସେଠ, ଦାରିଙ୍ଗବାଡ଼ି ପିଏ ବିକ୍ରମ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହିତ ବ୍ଲକର ସମସ୍ତ କର୍ମଚାରୀ ସମେତ ସରପଞ୍ଚ, ସମିତି ସଭ୍ୟ, ଅଙ୍ଗନୱାଡି କର୍ମୀ, ବ୍ରାହ୍ମଣୀଗାଁ ଡାକ୍ତର ଖାନାର ସମସ୍ତ କର୍ମଚାରୀ ,ପଂଚାୟତ ନିର୍ବାହୀ ଅଧିକାରୀ ,ଜିଆରଏସ ଉପସ୍ଥିତ ରହି ସହଯୋଗ କରିଥିଲେ। ଭିନ୍ନକ୍ଷମ ଶିବିରରେ ମୋଟ ୬୧୩ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ଚଳନ ଶକ୍ତି ବାଧିତ ୩୪୩, ଶ୍ରବଣ ଓ କଥା ଶକ୍ତି ବାଧିତ ୮୫, ଦୃଷ୍ଟି ଶକ୍ତି ବାଧିତ ୮୦, ମାନସିକ ଅଗ୍ରସର ୩୭, ସିକେଲସେଲ ୬୮ ଜଣଙ୍କୁ ଚିହ୍ନଟ କରିଥିବା ଜଣାପଡ଼ିଛି।ଭିନ୍ନକ୍ଷମ ଶିବିରରେ ବିଏସଏସଓ ଖିତିଶ ପ୍ରିୟଦର୍ଶୀ ସାହୁ ଏହି ସମସ୍ତ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱରେ ରହିଥିଲେ।

nis-ad
Leave A Reply

Your email address will not be published.