ଅସହାୟ ବୃଦ୍ଧା ଓ ଦିବ୍ୟାଙ୍ଗ ପୁଅକୁ ସହାୟତା କରିବା ସହ ବାସଗୃହ ଯୋଗାଇଦେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର

ମାଲକାନଗିରି : ମାଲକାନଗିରି ପୌର ପରିଷଦ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା କଡରେ ବସବାସ କରୁଥିବା ଏମ.ଲକ୍ଷ୍ମୀ ବୟସ ପ୍ରାୟ ୮୦ ବର୍ଷ ଏବଂ ତାଙ୍କ ପୁଅ ଏମ.ବାଲା ବୟସ ପ୍ରାୟ ୩୦ବର୍ଷ ଙ୍କ ସହ ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ବ ହେବ ସଦର ମହକୁମାରେ ବସବାସ କରି ଆସୁଥିଲେ ସୁଦ୍ଧା ସରକାରଙ୍କ ଯୋଜନାରୁ ବଞ୍ଚିତ ହୋଇଛନ୍ତି l ତେବେ ଗୋଟିଏ ପଟେ ଏମ .ଲକ୍ଷ୍ମୀ ବୃଦ୍ଧା ହୋଇଥିବା ବେଳେ ପୁଅ ଭିନ୍ନକ୍ଷମ ଗୋଟିଏ ଛୋଟ ପଲିଥିନ ଘରେ ବସବାସ କରୁଛନ୍ତି l ଯଦିଓ ଏମାନେ କିଛି ସରକାରୀ ଯୋଜନା ପାଇଛନ୍ତି ତାହା କେବଳ ୫ କେଜି ଚାଉଳ ଓ ୧୦୦୦ ଟଙ୍କା ଭତ୍ତା ଯେଉଁଥିରେ ଏମାନେ ଚଳିବା ଅତ୍ୟନ୍ତ କଷ୍ଟଦାୟକ ହୋଇପଡୁଛି l ଏପରି ପରିସ୍ଥିତିରେ ଏହି ଦୁଇଜଣ ଗୋଟିଏ ଓଳି ଖାଇଲେ ଆର ଓଳି ଉପାସରେ ରହିବାକୁ ପଡ଼ୁଛି ବୋଲି ବୃଦ୍ଧା ଲକ୍ଷ୍ମୀ ଦୁଃଖଭରା କଣ୍ଠରେ ପ୍ରକାଶ କରିଛନ୍ତି l ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଗରିବ , ଆଦିବାସୀ ଉପକୃତ ହେଉଥିବା ସରକାର ଡିଣ୍ଡିମ ପିଟୁଥିବା ବେଳେ ଦୀର୍ଘ ବର୍ଷ ଧରି ଭଙ୍ଗା କୁଡିଆରେ ବସବାସ କରୁଥିବା ବହୁ ଗରିବ ଲୋକ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି lଏଥୁରୁ ସ୍ପଷ୍ଟ ବାରି ହେଉଛି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ,ଜାଗା ମିଶନ ସମ୍ପୂର୍ଣ୍ଣ ଫେଲ ମାରିଛି ଦୀପ ତଳ ଅନ୍ଧାର ପରି ମାଲକାନଗିରି ସଦର ମହକୁମା ପୌର ପରିଷଦ କାର୍ଯ୍ୟାଳୟରୁ ମାତ୍ର ୨୦୦ ମିଟର ଦୂରରେ ଏପରି ପରିସ୍ଥିତି l ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଜିଲ୍ଲା ସଦର ମହକୁମାରେ ଥିବା ଗରିବ ଲୋକମାନଙ୍କୁ ଚିହ୍ନଟ କରି ତୁରନ୍ତ ସମସ୍ତ ଯୋଜନାରେ ଏମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସାଧାରଣରେ ଦାବି ହେଉଅଛି l ସାମାଜିକ ଗଣମାଧ୍ୟମରୁ ଏହି ଖବର ରାଜ୍ୟ ଇଣ୍ଟେର ନେସନାଲ ହ୍ୟୁମାନ ରାଇଟ କମିସନର ସଭାପତି ଶିବ ସୁନ୍ଦର ସ୍ୱାଇଁ ମାଲକାନଗିରି ଟିମ କୁ ବୃଦ୍ଧା ଲକ୍ଷ୍ମୀଙ୍କ ଯୋଗାଯୋଗ କରିବାକୁ ନିର୍ଦେଶ ଦେଇଥିଲେ ନିର୍ଦେଶ ପାଇବା ପରେ ମାଲକାନଗିରି ଟିମ ସମ୍ପୃକ୍ତ ପରିବାର ସହ ଦେଖାକରି ଭଲମନ୍ଦ ବୁଝିବା ସହ ଶୁଖିଲା ଖାଦ୍ୟ ଓ ଘରକୁ ଢାଙ୍କିବା ପାଇଁ ଏକ ତାରପୋଲିନ ପ୍ରଦାନ କରିଥିଲେ ଏବଂ ପରିବାର ର ସମସ୍ତ ସମସ୍ୟାର ସମାଧାନ ତଥା ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗେଇ ଦେବା ପାଇଁ ଜିଲ୍ଳାପାଳଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ l

nis-ad
Leave A Reply

Your email address will not be published.