ଭୋପାଳ: ବିବାଦରେ ରଣବୀର-ଆଲିଆ । କଲେ ନାହିଁ ମହାକାଳଙ୍କ ଦର୍ଶନ । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ କରାଗାଲ ବିରୋଧ । ‘କଳା ପତକା ଦେଖାଇବା ସହ ଜୟ ସୀତାରାମ ସ୍ଲୋଗାନରେ ଦେଲେ ବିକ୍ଷୋଭକାରୀ । ପ୍ରାୟ ୨ ଘଣ୍ଟା କାଳ ମନ୍ଦିର ଚାରିପଟେ ଦେଖିବା ପାଇଁ ମିଳିଥିଲା ହଙ୍ଗାମା ।
ଆଉ ମାତ୍ର ଏକ ଦିନ ପରେ ଅର୍ଥାତ୍ ଶୁକ୍ରବାର ଦିନ ରିଲିଜ୍ ହେବ ବ୍ରହ୍ମାସ୍ତ୍ର । ଫିଲ୍ମକୁ ନେଇ ମେକର୍ସ ଓ ଷ୍ଟାର ଯେତିକି ଉତ୍ସାହ ଅଛନ୍ତି ସେତିକି ବିବାଦ ମଧ୍ୟ ଦେଖିବା ପାଇଁ ମିଳୁଛି । ସୋସିଆଲ ମିଡିଆରେ ଏବେ ବି ବୟକଟ୍ ବ୍ରହ୍ମାସ୍ତ୍ର ଟ୍ରେଣ୍ତ କରୁଛି । ସେପଟେ ଫିଲ୍ମ ପ୍ରମୋସନ୍ ଲାଗି ପଡିଛନ୍ତି ଷ୍ଟାର ଦମ୍ପତ୍ତି ଆଲିଆ-ରଣବୀର । ତେବେ ଉଭୟ ପତିପତ୍ନୀ ଆଲିଆ-ରଣବୀରଙ୍କ ସିହିତ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ମଧ୍ୟ ମହାକାଳ ଦର୍ଶନ କରିବା ପାଇଁ ପହଁଚିଥିଲେ । ହେଲେ ଦର୍ଶନ କରିବା ପୂର୍ବରୁ ଉଭୟଙ୍କୁ ତୀବ୍ର ବିରୋଧ କରାଯାଇଛି । ଯେଉଁଥି ପାଇଁ ଷ୍ଟାର ଦମ୍ପତ୍ତିଙ୍କୁ ଦର୍ଶନ ନ କରି ଅଧାରୁ ଫେରିଆସିବା ପାଇଁ ପଡିଥିଲା । ନିର୍ଦ୍ଦେଶକ ଅୟାନ୍ ମୁଖାର୍ଜି ମନ୍ଦିର ଗର୍ଭଗୃହ ଭିତରକୁ ଯାଇ ବାବା ମହାକାଳଙ୍କୁ ଦର୍ଶନ କରିଥିଲେ । ବିକ୍ଷୋଭ ପାଇଁ ରଣବୀର ଆଲିଆ ମନ୍ଦିର ପରିସର ଭିତରକୁ ଯାଇ ପାରି ନଥିଲେ ।
ତେବେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ କର୍ମକର୍ତ୍ତା କହିଥିଲେ ଯେ ରଣବୀର କପୁର ଗୋ ମାଂସ ଖାନ୍ତି । ଯାହା ସେ ନିଜେ ହିଁ ସ୍ୱୀକାର କରିଛନ୍ତି । ସୂଚନାଯୋଗ୍ୟ ଯେ ୨୦୨୧ରେ ରଣବୀର କପୁର ଫିଲ୍ମ ‘ରକଷ୍ଟାର’ର ପ୍ରନୋସନ ସମୟରେ ଖାସି ,ଚିକେନ୍ ଓ ଗୋ-ମାଂସ ପରି ଆମିଷ ଖାଦ୍ୟ ଖାଇବା ପସନ୍ଦକରନ୍ତି ବୋଲି କହିଥିଲେ । ଯାହା ନେଇ ଏବେ ବିବାଦ ଘେରରେ ଅଭିନେତା । ଗୋ-ମାଂସ ଖାଉଥିବା ବ୍ୟକ୍ତି କିପରି ମନ୍ଦିର ମଧ୍ୟରୁ ପ୍ରବେଶ କରିବ ବୋଲି ପ୍ରଶ୍ନ କରିଥିଲା ବଜରଙ୍ଗ ଦଳ । ରଣବୀର ଆଲିଆ ଉଜ୍ୱୟନୀ ଜିଲ୍ଲାପାଳଙ୍କ ନିକଟକୁ ମଧ୍ୟ ଯାଇଥିଲେ ହେଲେ କିଛି ସୁଫଳ ମିଳିନଥିଲା ।
ତେବେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସଫଳତା କାମନା କରି ଆଲିଆ-ରଣବୀର ଓ ଅୟାନ୍ ମୁଖାର୍ଜି ମହାକାଳଙ୍କ ଦର୍ଶନ କରିବା ପାଇଁ ଉଜ୍ଜେୟିନୀରେ ପହଁଚିଥିଲେ । ହେଲେ ବିବାଦ ପାଇଁ ତାଙ୍କୁ ଆଧାରୁ ହିଁ ଫେରିବା ପାଇଁ ପଡିଥିଲା । ପୋଲିସ ବିକ୍ଷୋଭକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଧାସ୍ତାଧସ୍ତି ମଧ୍ୟ ଦେଖିବା ପାଇଁ ପଡିଥିଲା ।