ବନ୍ୟା ସମୀକ୍ଷା ବୈଠକରେ ଶୋଇପଡିଲେ ମନ୍ତ୍ରୀ ! ବିରୋଧୀଙ୍କ ସମାଲୋଚନା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପ୍ରବଳ ବର୍ଷା ଯୋଗୁଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ସ୍ଥାନେସ୍ଥାନେ ଜଳବନ୍ଦୀ ସମସ୍ୟା ଉପୁଜିଥିବା ବେଳେ ବିଶେଷ କରି ପ୍ରବଳ ବର୍ଷାରେ ବେଙ୍ଗାଲୁରୁ ସହର ବେହାଲ ହୋଇଯାଇଛି। ଗତ କିଛି ଦିନ ଧରି ବର୍ଷା ଜାରି ରହିଥିବା ବେଳେ ଗତକାଲି ରାତିରେ ଲଗାତାର ୯ ଘଣ୍ଟାର କ୍ରମାଗତ ବର୍ଷା‌ ସହରର ଅଧିକାଂଶ ଅଞ୍ଚଳକୁ ବୁଡ଼ାଇ ଦେଇଛି। ସେପଟେ ଜଳବନ୍ଦୀ ସ୍ଥିତିକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ପରସ୍ପର ଉପରେ ଦୋଷ ଲଦିଛନ୍ତି | ସହରର ଏଭଳି ଅବସ୍ଥା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇଙ୍କୁ ଲୋକେ ଦାୟୀ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଥିବା କଂଗ୍ରେସ ସରକାରଙ୍କୁ ଦାୟୀ କରିଛନ୍ତି। ଏପରି ଅଭିଯୋଗ ଏବଂ ପ୍ରତିବାଦ ମଧ୍ୟ ତୀବ୍ର ହୋଇଛି।
ବସବରାଜ ବମ୍ମାଇ କହିଛନ୍ତି, “‌ବେଙ୍ଗାଲୁରୁର ଏଭଳି ଅବସ୍ଥା ପୂର୍ବ କଂଗ୍ରେସ ସରକାରଙ୍କ ଦୁର୍ନୀତିଗ୍ରସ୍ତ ପ୍ରଶାସନ ଯୋଗୁଁ ହୋଇଛି।’’ ତେବେ ରାଜ୍ୟ ସରକାରଙ୍କୁ ବିରୋଧ କରିବାକୁ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ | କର୍ଣ୍ଣାଟକ କଂଗ୍ରେସର ଟ୍ୱିଟର ହ୍ୟାଣ୍ଡେଲରେ ମନ୍ତ୍ରୀ ଆର ଅଶୋକାଙ୍କ ଫଟୋ ସେୟାର କରି ତାଙ୍କୁ ପରିହାସ କରାଯାଇଛି । କଂଗ୍ରେସ କହିଛି ଯେ ବନ୍ୟା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବାବେଳେ ମନ୍ତ୍ରୀ ଆର ଅଶୋକା ନିଦର ମଜା ନେଉଛନ୍ତି |
ଆପଣଙ୍କୁ କହିରଖୁଛୁ ଯେ କଂଗ୍ରେସ ସେୟାର କରିଥିବା ଦୁଇଟି ଫଟୋରେ ଆର ଅଶୋକା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ଚେୟାରରେ ବସିଛନ୍ତି ଏବଂ ତାଙ୍କ ଆଖି ବନ୍ଦ ରହିଛି। ସେ ଶୋଇଥିବା ପରି ଦେଖାଯାଉଛି | ଫଟୋ ସେୟାର କରି କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ବୁଡ଼ିବା ଅନେକ ପ୍ରକାରର ହୋଇଥାଏ। ରାଜ୍ୟବାସୀ ବର୍ଷାରେ ବୁଡ଼ି ଯାଉଛନ୍ତି ଏବଂ ମନ୍ତ୍ରୀ ନିଦରେ ବୁଡ଼ିଯାଇଛନ୍ତି |

nis-ad
Leave A Reply

Your email address will not be published.