ଭାରତ ସପକ୍ଷବାଦୀ ଭାବେ ଜଣାଶୁଣା ଲିଜ୍ ଟ୍ରସ୍

ଲଣ୍ଡନ : ଲିଜ୍ ଟ୍ରସ୍ ବ୍ରିଟେନରେ ନୂଆ ପ୍ରଧାନମନ୍ତ୍ରୀ ହେବେ । ସେ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପରାସ୍ତ କରି କଂଜରଭେଟିଭ ଦଳର ନେତା ନିର୍ବାଚିତ ହୋଇଛନ୍ତି । ଋଷି ସୁନକ ପରାଜିତ ହେବା ଭାରତୀୟଙ୍କୁ ନିରାଶ କରିଛି । ତେବେ ଶୁଭ ସୂଚନା ହେଉଛି ଲିଜ୍ ଟ୍ରସ ହେଉଛନ୍ତି ଜଣେ ଭାରତ ସପକ୍ଷବାଦୀ । ଏଣୁ ତାଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଭାରତ-ବ୍ରିଟେନ ସଂପର୍କ ସୁଦୃଢ ହେବାର ସମ୍ଭାବନା ରହିଛି ।
ଗତ ବର୍ଷ ମେ ମାସରେ ଲିଜ ଟ୍ରସ ବ୍ରିଟେନର ଅନ୍ତର୍ଜାତୀୟ ବାଣିଜ୍ୟ ସଚିବ ( ବାଣିଜ୍ୟ ମନ୍ତ୍ରୀ) ଥିବାବେଳେ ଭାରତ ଓ ବ୍ରିଟେନ ମଧ୍ୟରେ ଇଣ୍ଡିଆ-ୟୁକେ ଏନହାନ୍ସଡ ଟ୍ରେଡ୍ ପାର୍ଟନରସିପ (ଇଟିପି) ସ୍ବାକ୍ଷରିତ ହୋଇଥିଲା । ଏବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ମୁକ୍ତ ବାଣିଜ୍ୟ ରାଜିନାମା ଆଲୋଚନା ଲାଗି ସେ ହିଁ ଭିତ୍ତି ପ୍ରସ୍ତୁତ କରିଥିଲେ ।
ପୂର୍ବରୁ ଭାରତ ଗସ୍ତରେ ଆସିଥିବାବେଳେ ସେ ଭାରତକୁ ଏକ ‘ବଡ଼ ଓ ମହତ୍ତ୍ବପୂର୍ଣ୍ଣ ସୁଯୋଗ’ ବୋଲି କହିଥିଲେ ।
ସୂଚନାଯୋଗ୍ୟ ଯେ, ଗତ ୧୭ ଜୁଲାଇରେ ବୋରିସ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚୂଡାନ୍ତ ପର୍ଯ୍ୟାୟ ମୁକାବିଲା ଋଷି ଓ ଲିଜଙ୍କ ମଧ୍ୟରେ ହୋଇଥିଲା । ଲିଜଙ୍କୁ ୮୧,୩୨୬ଟି ଭୋଟ ମିଳିଥିବାବେଳେ ସୁନକଙ୍କୁ ୬୦,୩୯୯ଟି ଭୋଟ ମିଳିଥିଲା । ଏଣୁ ସୁନକଙ୍କୁ ୨୧ ହଜାର ଭୋଟରେ ହରାଇଛନ୍ତି ଲିଜ୍ ଟ୍ରସ ।

nis-ad
Leave A Reply

Your email address will not be published.