ମା’ କୋଳରୁ ଖସି ଭାସିଗଲା ୨୨ ମାସର ଶିଶୁପୁତ୍ର

ନୟାଗଡ: ଓଡଗାଁ ଥାନା ଅନ୍ତର୍ଗତ ଗୌଡ଼ପୁଟ ଜଗନ୍ନାଥ ସାହିରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ମାଆ ଶାନ୍ତିଲତା ବାରିକ ଦୁଆଣ୍ଟ ନଦୀକୁ ନିଜ ୨୨ ମାସର ଶିଶୁପୁତ୍ରକୁ ନେଇ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଅସାବଧାନତା ବଶତଃ ପିଲାଟି ମାଆ କୋଳରୁ ଖସିପଡି ଭାସି ଯାଇଥିଲା । ବହୁ ଖୋଜାଖୋଜି ପରେ ୧୦୦ ମିଟର ଏକ ବ୍ରିଜରେ ପିଲାଟିକୁ ଦେଖି ଅଞ୍ଚଳବାସୀ ଉଦ୍ଧାର କରିଥିଲେ ମଧ୍ୟ ଶିଶୁଟି ବଞ୍ଚିପାରି ନ ଥିଲା । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ବାତାବରଣ ଖେଳି ଯାଇଛି।

nis-ad
Leave A Reply

Your email address will not be published.