ଲିଙ୍ଗାୟତ ମଠ ମହନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ: କର୍ଣ୍ଣାଟକାର ବେଲଗାବି ଜିଲ୍ଲା ସ୍ଥିତ ଶ୍ରୀ ଗୁରୁ ମଦିୱାଲେଶ୍ୱର ମଠର ମହନ୍ତ ବସବା ସିଦ୍ଦଲିଙ୍ଗ ସ୍ୱାମୀଙ୍କ ଝୁଲନ୍ତା ମୃତଦେହ ଆଜି ଉଦ୍ଧାର କରାଯାଇଛି। ଏହା ଏକ ଲିଙ୍ଗାୟତ ମଠ ହୋଇଥିବା ବେଳେ ଏହା ପରିସରରେ ଥିବା ଏକ ଘରୁ ମହନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ରୁମ୍‌ରୁ ଏକ ସୁଇସାଇଡାଲ୍ ନୋଟ୍ ମିଳିଥିବା କୁହାଯାଉଛି। କିନ୍ତୁ ସେ ବିଷୟରେ ପୁଲିସ୍ କିଛି ସୂଚନା ଦେଇ ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଏକ ଅଡିଓ କ୍ଲିପ୍‌କୁ ନେଇ ମହନ୍ତ ବସବା ସିଦ୍ଦଲିଙ୍ଗ ସ୍ୱାମୀ ଚିନ୍ତିତ ଥିଲେ। ଏହି ଅଡିଓ କ୍ଲିପ୍‌ରେ ଦୁଇ ଜଣ ମହିଳା କର୍ଣ୍ଣାଟକାରେ ବିଭିନ୍ନ ମଠରେ ଚାଲିଥିବା ଯୌନ ଉତ୍ପୀଡ଼ନ ସଂପର୍କରେ ଆଲୋଚନା କରିଛନ୍ତି। ସେମାନେ ମହନ୍ତ ବସବା ସିଦ୍ଦଲିଂଗ ସ୍ୱାମୀଙ୍କ ନାଁ ବି କହିଥିବା କୁହାଯାଉଛି।
କର୍ଣ୍ଣାଟକାର ଚିତ୍ରଦୁର୍ଗରେ ଥିବା ଏକ ଲିଙ୍ଗାୟତ ମଠର ପ୍ରଭାବଶାଳୀ ମହନ୍ତ ଶିବମୂର୍ତ୍ତି ମୁରୁଘା ଶାରାନରୁ ଦୁଇ ଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଗିରଫ ହୋଇଥିବା ବେଳେ ଆଜି ଆସିଛି ମହନ୍ତ ବସବା ସିଦ୍ଦଲିଂଗ ସ୍ୱାମୀଙ୍କ ଆତ୍ମହତ୍ୟା ଖବର। ପକ୍ସୋ ଆକ୍ଟରେ ମହନ୍ତ ଶିବମୂର୍ତ୍ତି ମୁରୁଘା ଶାରାନରୁଙ୍କୁ ଗିରଫ କରାଯାଇଛି।

nis-ad
Leave A Reply

Your email address will not be published.