ଦେଓଘର ବିମାନବନ୍ଦର ମାମଲାରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଓଘର ବିମାନବନ୍ଦର ମାମଲାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ତଦନ୍ତ ନିର୍ଦ୍ଦେଶ ଦେଛନ୍ତି। ନିଜ ଚାଟାର୍ଡ଼ ଫ୍ଲାଇଟ୍‌ ପାଇଁ ଝାରଖଣ୍ଡର ଦେଓଘର ବିମାନବନ୍ଦର ଅଧିକାରୀଙ୍କୁ ଟ୍ରାଫିକ୍ କ୍ଲିଅରାନ୍ସ ପାଇଁ ଚାପ ପୟୟୋଗ କରିଥିବା ଅଭିଯୋଗରେ ବିଜେପି ନେତା ନିଶିକାନ୍ତ ଦୁବେଙ୍କ ସମେତ ୯ ଜଣଙ୍କ ନାମରେ ଏତଲା ହୋଇଛି। ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଝାରଖଣ୍ଡ ଦେଓଘର ବିମାନବନ୍ଦରରେ ସଂଧ୍ୟା ପରେ ଅବତରଣ ଓ ଉଡାଣ ଉପରେ କଟକଣା ରହିଛି । କାରଣ ଏଠାରେ ଆବଶ୍ୟକ ବ୍ୟବସ୍ଥା ନାହିଁ । ୩୧ ଅଗଷ୍ଟ ସଂଧ୍ୟାରେ ଦୁଇଜଣ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ମନୋଜ ତିୱାରି ବିମାନବନ୍ଦର ଅଧୀକାରୀଙ୍କୁ ଉଡାଣ ଭରିବା ପାଇଁ ବାଧ୍ୟ କରିଥିଲେ। ରାତିରେ ଚାଟାର୍ଡ ବିମାନ ଉଡ଼ାଣ ପାଇଁ ଝାଡ଼ଖଣ୍ଡର ଦେଓଘର ବିମାନ ବନ୍ଦର କର୍ମଚାରୀମାନଙ୍କୁ ବାଧ୍ୟ କରିଥିବା ଅଭିଯୋଗରେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ମନୋଜ ତିୱାରି ଏବଂ ଆଉ ୭ଜଣଙ୍କ ନାମରେ ଏଫ୍‌ଆଇଆର୍‌ ଦାଏର କରାଯାଇଛି।
ବିମାନ ବନ୍ଦରର ଡିଏସ୍‌ପି ସୁମନ୍‌ ଆନନ୍‌ଙ୍କ ଅଭିଯୋଗକୁ ଭିତ୍ତି କରି ବିଜେପି ନେତାମାନଙ୍କ ନାଁରେ ଉକ୍ତ ଅଭିଯୋଗ ଦାଏର କରାଯାଇଛି। ନିଶିକାନ୍ତ ଦୁବେ, ମନୋଜ ତିୱାରି ଏବଂ ବିମାନ ବନ୍ଦରର ନିର୍ଦେଶକଙ୍କ ସମତେ ୯ଜଣଙ୍କ ନାମରେ ଅନ୍ୟମାନଙ୍କ ଜୀବନ ଓ ନିରାପତ୍ତାକୁ ବିପନ୍ନ କରିବା ଏବଂ ଅପରାଧିକ ଅନୁପ୍ରବେଶ ମାମଲା ରୁଜୁ କରାଯାଇଛି।
ଅଗଷ୍ଟ ୩୧ ତାରିଖ ଦିନ ଗୋଡ୍ଡାର ଲୋକସଭା ସାଂସଦ ନିଶିକାନ୍ତ ଦୁବେ, ତାଙ୍କ ପୁତ୍ର କନିଷ୍କକାନ୍ତ ଦୁବେ, ମହିକାନ୍ତ ଦୁବେ, ସାଂସଦ ମନୋଜ ତିୱାରି, ମୁକେଶ ପାଠକ, ଦେବତା ପାଣ୍ଡେ ଏବଂ ପିଣ୍ଟୁ ତିୱାରି ବିନା ଅନୁମତିରେ ଦେଓଘର ବିମାନ ବନ୍ଦରର ‘ହାଇ–ସିକ୍ୟୁରିଟି’ ‘ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌’ (ଏଟିସି) ମଧ୍ୟକୁ ପ୍ରବେଶ କରି ସେମାନଙ୍କ ଚାଟାର୍ଡ ବିମାନକୁ ଉଡ଼ାଣ ପାଇଁ କ୍ଲିଅରାନ୍ସ୍‌ ଦେବା ପାଇଁ ଚାପ ପକାଇ ଥିଲେ। କିନ୍ତୁ, ନୂଆ କରି ଉଦ୍‌ଘାଟିତ ଉକ୍ତ ବିମାନ ବନ୍ଦର ରାତ୍ରକାଳୀନ ଉଡ଼ାଣ ନିମନ୍ତେ ଅନୁମତି ବ୍ୟବସ୍ଥା ଆରମ୍ଭ କରାଯାଇ ନ ଥିଲା।

nis-ad
Leave A Reply

Your email address will not be published.