ସୁପ୍ରିମକୋର୍ଟରେ ମାତ୍ର ୪ ଦିନ ମଧ୍ୟରେ ୧୮୦୦ରୁ ଉର୍ଦ୍ଧ୍ବ ମାମଲା ସମାଧାନ

ନୂଆଦିଲ୍ଲୀ: ଜଷ୍ଟିସ ଉଦୟ ଉମେଶ ଲଳିତ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ଶପଥ ନେବାର ମାତ୍ର କିଛି ଦିନ ମଧ୍ୟରେ ଆକ୍ସନ୍ ମୋଡ୍‌କୁ ଆସିଛନ୍ତି ଜଷ୍ଟିସ ୟୁ. ୟୁ. ଲଳିତ । ସେ ପ୍ରଧାନ ବିଚାରପତି ହେବାପରେ ସୁପ୍ରିମକୋର୍ଟ ମାତ୍ର ୪ ଦିନ ମଧ୍ୟରେ ୧୮୦୦ରୁ ଉର୍ଦ୍ଧ୍ବ ମାମଲା ସମାଧାନ କରିଛନ୍ତି ।

ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆ ଦ୍ବାରା ଆୟୋଜିତ ସମ୍ମାନ ସମାରୋହ ଉତ୍ସବରେ ଯୋଗଦେଇ ଏହି ବିବରଣୀ ପ୍ରଦାନ କରିଛନ୍ତି ଜଷ୍ଟିସ୍‌ ୟୁ. ୟୁ. ଲଳିତ ।

ସମ୍ମାନ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ପ୍ରଧାନ ବିଚାରପତି କହିଛନ୍ତି, ‘କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ ଯେଉଁଭଳି କାର୍ଯ୍ୟ ଭାର ଥିଲା ଏବେ ତାହା ବହୁତ ଅଧିକ ରହିଛି । ମାମଲା ଗୁଡିକ ପଡିରହିଥିବା ନେଇ ମୋର ମହାସଚିବ ତଥ୍ୟ ଦେବା ପରେ ଆମେ ଏ ନେଇ କାର୍ଯ୍ୟ ଆରମ୍ଭ କରିଥିଲୁ । ସେହି କ୍ରମରେ ଗତ ୪ ଦିନ ମଧ୍ୟରେ ୧୨୯୩ ମାମଲାର ସମାଧାନ ହୋଇଛି ।

କାର୍ଯ୍ୟଭାର ସମ୍ଭାଳିବାର ପ୍ରଥମ ଦିନ ଅର୍ଥାତ ଅଗଷ୍ଟ ୨୯ ତାରିଖରେ ୪୯୩ ମାମଲାର ସମାଧାନ କରିଥିଲେ ପ୍ରଧାନ ବିଚାରପତି । ଏହା ପରେ ଶୁକ୍ରବାର ୩୧୫ଟି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ ୟୁ. ୟୁ. ଲଳିତ । ମଙ୍ଗଳବାର ଏବଂ ଗୁରୁବାର କ୍ରମଶଃ ୧୯୭ଟି ଏବଂ ୨୨୮ଟି ମାମଲା ରଫାଦଫା କରିଥିଲେ କୋର୍ଟ । ତେବେ ଗଣେଶ ଚତୁର୍ଥୀ କାରଣରୁ ବୁଧବାର କୋର୍ଟ ବନ୍ଦ ରହିଥିଲା ।

ଚିଫ୍‌ ଜଷ୍ଟିସ କହିଛନ୍ତି, ଆସନ୍ତା ଦୁଇ ଦିନ ମଧ୍ୟରେ ନିୟମିତ ଶୁଣାଣିର ୧୦୬ଟି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ନିୟମିତ ଶୁଣାଣି ୩ ଜଣିଆ ବିଚାରପତିଙ୍କ ବେଞ୍ଚ କରିଥାନ୍ତି । ଯେଉଁ ମାମଲା ଗୁଡିକର ବ୍ୟାପକ ଶୁଣାଣି କରିବାର ଆବଶ୍ୟକତା ରହିଛି କିମ୍ବା ବର୍ଷ ବର୍ଷ ଧରି ମାମଲା ଗୁଡିକ ପଡି ରହିଥାଏ ସେଗୁଡିକର ଶୁଣାଣି କରିବାକୁ ୩ ଜଣ ବିଚାରପତିଙ୍କୁ ନେଇ ଗଠିନ ବେଞ୍ଚ ରହିଛି ।

ନିୟମତି ଶୁଣାଣି ମାମଲା ୩ ଜଣ ନ୍ୟାୟାଧୀଶଙ୍କ ପୀଠ ନିକଟରେ ରହିଥିବା ବେଳେ ମଙ୍ଗଳବାର ଏବଂ ଗୁରୁବାର ମଧ୍ୟରେ ପ୍ରାୟତଃ ଶୁଣାଣି ହୋଇଥାଏ । ତେଣୁ ସେ ହିସାବରେ ମଙ୍ଗଳବାର ୫୮ଟି ମାମଲାର ଶୁଣାଣି ଶେଷ ହୋଇ ରାୟ ପ୍ରକାଶ ପାଇଥିବା ବେଳେ ଗୁରୁବାର ୪୮ଟି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି କୋର୍ଟ ।

ଜଷ୍ଟିସ ଲଳିତ କହିଛନ୍ତି, ‘ପୂର୍ବାପେକ୍ଷା କୋର୍ଟ ଏବେ ଅଧିକରୁ ଅଧିକ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିବା ଉପରେ ଜୋର ଦେଉଛନ୍ତି । ସୋମବାର ମୋଟ ୪୪୦ଟି ସ୍ଥାନାନ୍ତରଣ ଯାଚିକା ସମାଧାନ କରାଯାଇଛି । ସେହିଭଳି ମଙ୍ଗଳବାର ଏବଂ ଗୁରୁବାର ମଧ୍ୟ ବଡ ସଂଖ୍ୟାରେ ସ୍ଥାନାନ୍ତରଣ ମାମଲା ଶୁଣାଣି କରି ରାୟ ପ୍ରକାଶ ପାଇଥିଲା । ସେହିଭଳି ଗତ ୪ଦିନ ମଧ୍ୟରେ ୧୮ଶହରୁ ଉର୍ଦ୍ଧ୍ବ ମାମଲାର ଶୁଣାଣି କରାଯାଇ ରାୟ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ‘ଗତ ଅଗଷ୍ଟ ୨୭ ତାରିଖରେ ସୁପ୍ରିମକୋର୍ଟଙ୍କ ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ ଜଷ୍ଟିସ ୟୁ. ୟୁ. ଲଳିତ । ପଦ ଭାର ଗ୍ରହଣ କରିବାର କିଛିଦିନ ପୂର୍ବରୁ ଏକ ସାକ୍ଷାତକାର ଦେଇ ଜଷ୍ଟିସ ଲଳିତ କହିଥିଲେ ଯେ, ବିଭିନ୍ନ ସ୍ତରରେ ପ୍ରାୟ ୭୧ ହଜାରରୁ ଉର୍ଦ୍ଧ୍ବ ମାମଲାର ସମାଧାନ ହେବାର ଆବଶ୍ୟକତା ରହିଛି’।

nis-ad
Leave A Reply

Your email address will not be published.