ରଣପୁରରୁ ବାଘ ଏବଂ ବାର୍‌ହା ଦାନ୍ତ ଜବତ, ଜଣେ ଗିରଫ

ନୟାଗଡ଼ : ନୟାଗଡ଼ ଜିଲା ରଣପୁର ମଣିନାଗ ସାହିରୁ ଖୋର୍ଦ୍ଧା ବନବିଭାଗ ଏକ ବାଘ ଏବଂ ବାର୍‌ହା ଦାନ୍ତ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାମ ବିନୋଦ ବିହାରୀ ପ୍ରଧାନ। ଶୁକ୍ରବାର ଅପରାହ୍ନରେ ଖୋର୍ଦ୍ଧା ଏସିଏଫ୍‌, ରଣପୁର ଓ ଟାଙ୍ଗି ରେଞ୍ଜରଙ୍କ ସମେତ ଖୋର୍ଦ୍ଧା ଅନରାରି ବନ୍ୟପ୍ରାଣୀ ସଂରକ୍ଷକ କୁଶାଲ ବିଶ୍ବାସ ମିଳିତ ଭାବେ ଚଢ଼ାଉ କରି ଏହି ସଫଳତା ପାଇଛନ୍ତି।

ଚଢ଼ାଉ ସମୟରେ ଗୋଟିଏ ବାଘଦାନ୍ତ, ଗୋଟିଏ ବାର୍‌ହା ଦାନ୍ତ, ଗୋଟିଏ ନେପାଳୀ ମୂଷା ଏବଂ ଗୋଟେ ଶୁଆକୁ ଜବତ କରାଯାଇଛି। ବନ ବିଭାଗର କର୍ମଚାରୀ ସାଦା ପୋଷାକରେ ବିନୋଦଙ୍କ ଘରକୁ ଯାଇ ଏହିସବୁ ଜିନିଷ ଦେଖିବା ପରେ ବିନୋଦଙ୍କୁ ଗିରଫ କରିଥିଲେ। ତେବେ ବିନୋଦ ଏହିସବୁ ଜିନିଷ ଏବଂ ପକ୍ଷୀ କେଉଁଠାରୁ ଆଣିଲେ, ସେ ସମ୍ପର୍କରେ ତଦନ୍ତ ଚାଲିଥିବାରୁ ବନବିଭାଗ କୌଣସି ସୂଚନା ଦେଉନାହିଁ।

nis-ad
Leave A Reply

Your email address will not be published.