କୁହୁଡ଼ି କଲେଜ ଛକରୁ ବ୍ରାଉନ୍‌ସୁଗାର ବେପାରି ଗିରଫ

ଟାଙ୍ଗୀ : କଲେଜ ଛାତ୍ରଛାତ୍ରୀଙ୍କୁ ଧଳା ଜହର ବିକ୍ରି ଯୋଜନା ହେଲା ଭଣ୍ଡୁର। କଲେଜ ଛାତ୍ରଛାତ୍ରୀଙ୍କ ବେଶରେ ପହଞ୍ଚିଥିଲେ ବଜରଙ୍ଗ ଦଳର ଯୁବକ। ପରେ ସେହି ଯୁବକ ଜଣଙ୍କ ଧରା ପଡ଼ିବା ସହିତ ସେଠାରେ ମାଡ଼ ଖାଇଥିଲା। ଖୋର୍ଦ୍ଧା ଜିଲ୍ଲାର କୁହୁଡ଼ି କଲେଜ ଛକରେ ଏପରି ଘଟଣା ଦେଖିବାକୁ ମିଳିଛି। ପରେ ପୋଲିସ ଏହି ଧଳା ଜହର ବେପାରିକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି।

ଧରାପଡ଼ିଥିବା ଯୁବକର ପରିଚୟ ଶେଖ୍‌ ଆଜାଦ। ସେ ଟାଙ୍ଗୀ ଥାନା ଅନ୍ତର୍ଗତ ଦୀକ୍ଷୀତପଡ଼ା ଗାଁର ବାସିନ୍ଦା। କିଛି ଦିନ ହେଲା ଶେଖ୍‌ କଲେଜ ଛକରେ କଲେଜ ପଢୁଆ ଛାତ୍ରଛାତ୍ରୀଙ୍କୁ ବ୍ରାଉନ ସୁଗାର ବିକ୍ରି କରୁଥିଲା। କିନ୍ତୁ ପୋଲିସ ଏହାର ଟେର୍ ପାଉନଥିଲା।

ବଜରଙ୍ଗ ଦଳର ଯୁବକମାନେ ତୁରନ୍ତ ସେହି ସ୍ଥାନରେ ପହଞ୍ଚି ତାକୁ ରେଡ୍‌ ହ୍ୟାଣ୍ଡରେ ଧରିଥିଲେ। ଧରପଗଡ଼ ବେଳେ ତା ପାଖରୁ ଅଳ୍ପ କିଛି ପୁଡ଼ିଆ (ବ୍ରାଉନ୍‌ସୁଗାର) ଜବତ ହୋଇଛି। ସ୍ଥାନୀୟ ବଜରଙ୍ଗ ଦଳର ଯୁବକ ମାନଙ୍କର ଏଭଳି ସାହସିକ ପଦକ୍ଷେପକୁ ସ୍ଥାନୀୟ ପୋଲିସ ଧନ୍ୟବାଦ ଦେବା ସହ ଗାଁ ଲୋକ ପ୍ରଶଂସା କରିଛନ୍ତି। ଧରାପଡ଼ିଥିବା ବ୍ରାଉନ୍‌ ସୁଗାର ବେପାରୀକୁ ଅଟକ ରଖି ପଚରାଉଚରା କରାଯାଉଛି। ଏହି ବେପାରୀ ଜଣକ କେଉଁ ଜାଗାରୁ ଏହି ନୀଳ ଜହର ଆଣୁଛି। ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏହାର ତଦନ୍ତ ଟାଙ୍ଗୀ ପୋଲିସ ଆରମ୍ଭ କରିଛି। ଖୁବଶୀଘ୍ର ବଡ଼ ରାକେଟ ଧରପଗଡ଼ ହେବ ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ଦୀଗବିଜୟ ବିଶ୍ୱାଳ ଓ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି ।

nis-ad
Leave A Reply

Your email address will not be published.