ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଏନଏମଏ ସଦସ୍ୟ

ପୁରୀ: ପୁରୀ ଗସ୍ତରେ ପ୍ରଥମ ଥର ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ନ୍ୟାସନାଲ ମୋନ୍ୟୁମେଂଟ୍ ଅଥୋରିଟି ବା ଏନଏମଏର ସଦସ୍ୟ । ଏନଏମଏର ପାର୍ଟ ଟାଇମ୍ ମେମ୍ବର କୈଳାଶ ରାଓ, ପ୍ରକଳ୍ପ କାର୍ଯ୍ୟକୁ ତନ ତନ କରି ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ଚାରପଟେ ଥିବା ନିଷିଦ୍ଧାଂଚଳ ଓ ନିୟନ୍ତ୍ରିତ ଅଂଚଳରେ କଣ କଣ କାର୍ଯ୍ୟ କରାଯାଉଛି ତାହାର ତଦାରଖ କରିଛନ୍ତି ।

ନିୟମ ଅନୁସାରେ ନିର୍ମାଣ କାର୍ଯ୍ୟ ହେଉଛି କି ନାହିଁ, ସେନେଇ ଓବିସିସି, ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କ ସହ ସମିକ୍ଷା ବୈଠକ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ବୁଲି ଦେଖିଛନ୍ତି ।

nis-ad
Leave A Reply

Your email address will not be published.