୧୧ରେ ରାଷ୍ଟ୍ରପତିଙ୍କ ମାଉଣ୍ଟ ଆବୁ ଗସ୍ତ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତମାସ ୧୧ରେ ରାଜସ୍ଥାନର ମାଉଣ୍ଟ ଆବୁ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ସେଠାରେ ଅବସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଏକ ଆନ୍ତର୍ଜାତିକ ସମାବେଶରେ ମୁର୍ମୁ ଭାଷଣ ଦେବେ ବୋଲି ଜଣାପଡିଛି । ରାଷ୍ଟ୍ରପତିଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଜି.କିଷନ ରେଡ୍ଡି ମଧ୍ୟ ସେଠାକୁ ଯିବାର କାର୍ଯ୍ୟକ୍ରମ ରହିଛି ।

ପତି ଓ ପୁତ୍ରଙ୍କ ବିୟୋଗ ପରେ ମର୍ମାହତ ଦ୍ରୌପଦୀ ନିଜକୁ ସ୍ୱାନ୍ତନା ଦେବାକୁ ବହ୍ମକୁମାରୀ ଅନୁଷ୍ଠାନ ସହ ଜଡିତ ହୋଇଥିଲେ । ଦ୍ରୌପଦୀ ୫/୬ ବର୍ଷ ପୂର୍ବେ ଶେଷଥର ପାଇଁ ମାଉଣ୍ଟ ଆବୁ ଯାଇଥିଲେ ।

nis-ad
Leave A Reply

Your email address will not be published.