ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ‘ମୋ ଗୁହାଳ’ର ବିଲ୍ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଗଞ୍ଜାମ ଜିଲାର ବେଗୁନିଆପଡ଼ା ବ୍ଲକରେ କାର୍ଯ୍ଯରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଧରିଛି। ‘ମୋ ଗୁହାଳ’ର ବିଲ୍ କରାଇଦେବା ପାଇଁ ଜଣଙ୍କ ଠାରୁ ୭ ହାଜର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସେ ଏହି ବ୍ଲକର ବୁରୁଝୁରୀ ପଞ୍ଚାୟତ ଦାୟିତ୍ବରେ ଥିଲେ।

ଏହା ପରେ ଦୁଇଟି ଜାଗାରେ ଚଢାଉ ଚାଲିଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ସୂଚନା ମିଳିଛି।

nis-ad
Leave A Reply

Your email address will not be published.