ଖେଳୁଥିବା ବେଳେ ପୋଖରୀରେ ପଡି ୨ ବର୍ଷର ଶିଶୁପୁତ୍ର ମୃତ

ସୋର: ଖେଳୁଥିବା ବେଳେ ପୋଖରୀରେ ପଡି ୨ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଇଚ୍ଛାପୁର ଗ୍ରାମରେ ଏହି ଘଟଣା ଘଟିଛି। ମୃତ ଶିଶୁପୁତ୍ର ଜଣକ ହେଲେ ଇଚ୍ଛାପୁର ଗ୍ରାମର ଶରତ ମଲ୍ଲିକଙ୍କ ୨ ବର୍ଷର ଶିଶୁପୁତ୍ର ଜୟପ୍ରକାଶ ମଲ୍ଲିକ।

ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଇଚ୍ଛାପୁର ଗ୍ରାମର ଶରତ ମଲ୍ଲିକ ଙ୍କର ୨ ବର୍ଷର ଶିଶୁପୁତ୍ର ଜୟପ୍ରକାଶ ମଲ୍ଲିକ ସକାଳେ ଖେଳୁଥିବା ବେଳେ ଘର ପାଖରେ ଥିବା ପୋଖରୀ ପଡି ଯାଇଥିଲେ ।

ଜୟପ୍ରକାଶଙ୍କୁ ଘର ଆଗରେ ନ ପାଇ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ପରେ ଜୟପ୍ରକାଶ ପୋଖରୀ ଭାସୁଥିବାର ଦେଖି ପରିବାର ଲୋକ ଉଦ୍ଧାର କରି ସୋର ମେଡ଼ିକାଲକୁ ଆଣିଥିଲେ। ସେଠାରେ ଶିଶୁପୁତ୍ରକୁ ଡାକ୍ତର ମୃତ ଘୋଷଣା କରିଥିଲେ।

nis-ad
Leave A Reply

Your email address will not be published.