ବିଜେଡି ମହିଳା ସଂଗଠନର ପୁର୍ନଗଠନ

ଭୁବନେଶ୍ୱର: ଛାତ୍ର ଓ ଯୁବ ପରେ ମହିଳା ସଂଗଠନର ପୁନର୍ବିନ୍ୟାସ କରିଛି ବିଜୁ ଜନତା ଦଳ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବିଜୁ ମହିଳା ଜନତା ଦଳର ରାଜ୍ୟ, ଜିଲ୍ଲା ଓ ଜୋନ୍ ସ୍ତରୀୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏ ସଂକ୍ରାନ୍ତରେ ବିଧିବଦ୍ଧ ସୂଚନା ଦେଇଛନ୍ତି ।

ନବନିଯୁକ୍ତ କର୍ମକର୍ତ୍ତାଙ୍କ ସୂଚୀରେ ୨୩ ଜଣ ପରାମର୍ଶଦାତାଙ୍କ ନାମ ରହିଛି। ସାଂସଦ, ପୂର୍ବତନ ସାଂସଦ, ପୂର୍ବତନ ସାଂସଦ, ବିଧାୟିକାଙ୍କୁ ଏଥିରେ ସ୍ଥାନ ଦିଆଯାଇଛି। ସେହିପରି ୩ ଜଣ କାର୍ଯ୍ୟକାରୀ ସଭାପତି, ଜଣେ ସାଧାରଣ ସମ୍ପାଦକ, ୭ ଜୋନ୍ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହ ୧୮ ଜଣ ବରିଷ୍ଠ ଉପସଭାପତି, ୪୫ ଜଣ ଉପସଭାପତି, ୭୧ ସାଧାରଣ ସମ୍ପାଦକ, ୮୦ ଜଣ ସମ୍ପାଦକ, ୩୩ ଯୁଗ୍ମ ସମ୍ପାଦକଙ୍କ ନାମ ଘୋଷଣା କରାଯାଇଛି।

ରାଜ୍ୟ କାର୍ଯ୍ୟକାରିଣୀ କମିଟିରେ ୬୮ ଜଣ ସଦସ୍ୟ ରହିଛନ୍ତି ଏବଂ ୩୪ ଜଣ ସାଂଗଠନିକ ଜିଲ୍ଲା ନିମନ୍ତେ ସଭାପତିଙ୍କ ନାମ ଘୋଷଣା ହୋଇଛି। ସୂଚନା ଅନୁସାରେ ବିଜୁ ମହିଳା ଜନତା ଦଳର ପରାମର୍ଶଦାତା ଭାବେ ସାଂସଦ ପ୍ରମିଳା ବିଶୋଇ, ସାଂସଦ ରାଜଶ୍ରୀ ମଲ୍ଲିକ୍ , ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ୍ , ପୂର୍ବତନ ସାଂସଦ ରୀତା ତରାଇ, ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନ, ସାଂସଦ ଶର୍ମିଷ୍ଠା ସେଠୀ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ , ସାଂସଦ ମମତା ମହନ୍ତଙ୍କୁ ସ୍ଥାନିତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ , ରୀତା ସାହୁ, ପ୍ରମିଳା ବହିଦାର, ବିଧାୟିକା ପ୍ରଦ୍ମିନୀ ଦିଆନ, ବିଧାୟିକା ସାବିତ୍ରୀ ଅଗ୍ରୱାଲ, ବିଧାୟିକା ଲତିକା ପ୍ରଧାନ, ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ବିଧାୟିକା ମଞ୍ଜୁଲତା ସ୍ୱାଇଁ, ବିଧାୟିକା ଅଳକା ମହାନ୍ତି, ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବିଧାୟିକା ମିନାକ୍ଷୀ ମହନ୍ତ, ବିଧାୟିକା ସୁନନ୍ଦା ଦାସ, ସୀମାରାଣୀ ନାୟକ, ମିନତି ବେହେରାଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ସୁବାସିନୀ ଜେନା, ସାଂସଦ ସୁଲତା ଦେଓ ଏବଂ ନିବେଦିତା ମହାନ୍ତି କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତି ପାଇଛନ୍ତି ।

nis-ad
Leave A Reply

Your email address will not be published.