ବ୍ରହ୍ମପୁର ମହାନଗର ପାଳନ କରିଛି ୧୫୫ ତମ ସ୍ବାୟତ୍ତ ଶାସନ ଦିବସ : କିନ୍ତୁ ସହର ହରାଇ ଚାଲିଛି ତାର ସୌନ୍ଦର୍ୟ୍ଯ..!

ଭଙ୍ଗା ଘରେ ଚକା ଜହ୍ନ….!

ଭଙ୍ଗା ଘରେ ଚକା ଜହ୍ନ...!

ବ୍ରହ୍ମପୁର : ଆଜି ସଂଧ୍ଯା ରେ ବ୍ରହ୍ମପୁର ମହାନଗର ସ୍ବାୟତ୍ତ ଶାସନ ଦିବସ ପାଳନ କରିବା ସହିତ ମାଳ ମାଳ ସାର୍ଟିଫିକେଟ ଗଣ୍ଡା ଗଣ୍ଡା ସିଲ ମୋମେଣ୍ଚୋ ବାଣ୍ଟିଛି କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ମହାନଗର ସ୍ବୟଂ ନିଜ ପାଇଁ ଗୋଟିଏ ଭଲ ସାର୍ଟିଫିକେଟ ପାଇବାରେ ଆଜି ବିଫଳ। ଦୀର୍ଘ ଦୁଇ ବର୍ଷ ମହାମାରୀ ପରେ ଏବଂ ନୂତନ ମେୟର ଭାବେ ସଂଘମିତ୍ରା ଦଳେଇ ତାଙ୍କର ପୁରା ଟିମ୍ ସ୍ବାୟତ୍ତ ଶାସନ ଦିବସ ପାଳନ କରିବା ପାଇଁ ଯେଉଁ ପ୍ରସ୍ତୁତି ଚଲାଇ ଆସିଥିଲେ ତାର ଶେଷ ସ୍ପର୍ଶ ଥିଲା ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ଖେଳପଡ଼ିଆର ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ। ଆଖି ଝଲସିବା ପରି ମଂଚର ସାଜସଜ୍ଜା ଏବଂ ଆଲୋକ,ଗୀତ ନାଚ ସହିତ ଡିଜେ ଶବ୍ଦ ସବୁ କିଛି ରେ ବିପୁଳ ପରିମାଣର ଖର୍ଚ୍ଚ କରିବା ପାଇଁ ମହାନଗର ତାର ଟଂକା ହାଣ୍ଡି ଖୋଲିବା ପରି ଅନୁଭବ ହେଲା, ଯାହାକି ନାଟକୁ ପାଉଡର ବେଶୀ ପରି ମନେ ହେଲା । ମେୟର ସଂଘମିତ୍ରା ଦଳେଇ ଏବଂ ଡେପୁଟି ମେୟର ପ୍ରମୁଖ କାର୍ଯ୍ୟକ୍ରମ

ପରିଚାଳନା କରିବା ସହିତ ପୁରୁଷ କର୍ପୋରେଟର ମାନେ ଜଣେ ଜଣେ ବାବୁ ବେଶରେ ମଂଚାସୀନ ଥିଲେ ସେହିପରି ମହିଳା କର୍ପୋରେଟର ଙ୍କ ବେଶଭୂଷା ପରିପାଟୀ ମଧ୍ଯ ଖୁବ୍ ଆକର୍ଷଣୀୟ ଥିଲା। ମଂଚ ଥିଲା ସୁନ୍ଦର ଏବଂ ମଂଚ ରେ ସମସ୍ତ ଙ୍କ ରଙ୍ଗ ଢଙ୍ଗରେ ଟିକିଏ ବି ମଳିନତା ଦେଖିବାକୁ ମିଳିନଥିଲା। ପୁରସ୍କାର ପାଇବା ପାଇଁ ଏକ ଏକ ନାମ ତାଲିକା ସହିତ କର୍ପୋରେଟର ମାନେ ସମ୍ବର୍ଦ୍ଧିତ ହୋଇ ସମ୍ବର୍ଦ୍ଧିତ କରିବା ପରି ଚିତ୍ର ଦେଖିବାକୁ ମିଳିଥିଲା। ଶ୍ରମ ମନ୍ତ୍ରୀ ମାନ୍ୟବର ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସମେତ ବିଏମସି କମିଶନର, ଡେପୁଟି କମିଶନର ସମସ୍ତ ଙ୍କ ପାଇଁ ଏହି କାର୍ଯ୍ୟକ୍ରମ ପରିଚାଳନା ସହିତ ସଫଳ କରିବା ପାଇଁ ଉଦ୍ୟମ ଥିଲା ତାର ପ୍ରମାଣ ସ୍ବରୂପ ଦେଖିବାକୁ ମିଳିଥିଲା ଆଜି ମଂଚ ରେ।


ସତରେ କଣ ବ୍ରହ୍ମପୁର ସହର ଆଜି ଶ୍ରେଷ୍ଠ,..? କଣ ସୁନ୍ଦର ଓ ଆକର୍ଷଣୀୟ…? ଏହି ପ୍ରଶ୍ନ ପଚାରିବା ମଧ୍ଯ ସାଧାରଣ ଜନତାର ଅଧିକାର ରହିବା ସ୍ବାଭାବିକ କାରଣ ଏ ସହର ଆଜି ପ୍ରକୃତ ରେ କାହାର ଆୟତରେ ତାହା ମା ବୁଢୀ ଠାକୁରାଣୀ ହିଁ ଜାଣନ୍ତି।
ବ୍ରହ୍ମପୁର ସହର ର କେନ୍ଦ୍ର ଭାଗ ହେଉଛି ଖଲିକୋଟ ବିଶ୍ବବିଦ୍ୟାଳୟ ଛକ ଯେଉଁ ବାଟ ଦେଇ ହଜାର ହଜାର ଗାଡି ମୋଟର ମଣିଷ ଯିବା ଆସିବା କରନ୍ତି। କନଭେଣ୍ଟ ସ୍କୁଲ ବାଟେ ପାଣି ଟାଙ୍ଗି ଛକ ବାଟ ଦେଇ ଯିଏ ଯିବ ଆସନ୍ନ ବିପଦ। କୋଟି କୋଟି ଅର୍ଥ ବିନିଯୋଗ ହୁଏ ସହରର ବିକାଶ ପାଇଁ କିନ୍ତୁ ଆଜି କାର୍ଯ୍ୟକ୍ରମ କୁ ଗଲାବେଳେ ସହର ପ୍ରକୃତ ବିକାଶର ଚିତ୍ର କେଉଁଠାରେ ଅଛି ଜଣା ପଡିଛି ।


ସହର ଗଳିକନ୍ଦିରେ ରାସ୍ତା ର ଦୁର୍ବଳ ଚିତ୍ର। ଡ୍ରେନ ଗୁଡିକ ମରାମତି ଠିକଣା ସମୟରେ ହୁଏ ନାହିଁ କି ତାର ରକ୍ଷନାବେକ୍ଷଣା ଦୈନ୍ଯ ଚିତ୍ର ଦେଖିବାକୁ ମିଳେ ନାହିଁ ।
ବର୍ତ୍ତମାନ ମେୟର ସଂଘମିତ୍ରା ଦଳେଇ ଡେପୁଟି ମେୟର ପ୍ରମୁଖ ଙ୍କ ଉପରେ ନିର୍ଭର କରି ଏତେ ବଡ଼ ସହରର ବିକାଶ। କିନ୍ତୁ ଆଜିର ଏହି ବାବୁ ରାଜ ସଂସ୍କୃତି ନବଦଳାଇ ବଡ଼ ବଡ଼ କଥା କହିବା ଅଭ୍ଯାସ ବନ୍ଦ ନହେବାଯାଏ ବିକାଶ କେମିତି ହେବ। ମହାନଗର ସ୍ବାୟତ୍ତ ଶାସନ ଦିବସ ପାଳନ କରିବା ସମୟରେ ଆଉ ଏକ ଦାରୁଣ ଚିତ୍ର ଦେଖିବାକୁ ମିଳିଥିଲା। ମହାନଗର ଗେଷ୍ଟ ହାଉସ ଅତିଥି ଭବନର କୋଠା ସମ୍ପୂର୍ଣ ଆଲୋକିତ କିନ୍ତୁ ଓଡ଼ିଶା ର ପୂର୍ବତନ ମୁଖ୍ଯ ମନ୍ତ୍ରୀ ତଥା ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ଦାସ ଙ୍କ ପ୍ରତି ଅସମ୍ମାନ କରାଯାଇ ମହାନଗର ଅତିଥି ଭବନ ପରିସର ରେ ତାଙ୍କର ପ୍ରତି ମୂର୍ତ୍ତି ରେ କେହି ଫୁଲ ମାଳା ଟିଏ ଦେଇ ନାହାଁନ୍ତି।ଯାହାକି ଅତି ବିଡମ୍ବନା ର ବିଷୟ କେମିତି ଭୁଲିଗଲା ପ୍ରଶାସନ କେମିତି ଭୁଲିଗଲେ ଲୋକ ପ୍ରତିନିଧି…? ବଡ଼ ବଡ଼ ସଂଗୀତ କଣ୍ଠ ଶୀଳ୍ପୀ ଏବଂ ବ୍ୟଙ୍ଗ ନାଟୁଆ ଦଳ ଙ୍କୁ ଆଣିବା ପାଇଁ ଅଯାଚିତ ଅର୍ଥ ଖର୍ଚ୍ଚ କିନ୍ତୁ ସହରରେ ମନିଷୀ ମାନଙ୍କ ଭାଗ୍ଯରେ ଗେଣ୍ଡୁ ଫୁଲ ମାଳା ଟିଏ ନାହିଁ। ଆଜି ଏହି ଅଭାବନୀୟ ଦୃଶ୍ୟ ଦେଖିବା ପରେ କିଛି ବୁଦ୍ଧି ଯିବି ଏହାକୁ ନେଇ ଗଭୀର କ୍ଷଭୋ ପ୍ରକାଶ କରିଛନ୍ତି l ଯାହାକୁ
ନେଇ ବ୍ରହ୍ମପୁର ସହରର ବିଶ୍ବନାଥ ଦାସ ସ୍ତୃତି ସଂସଦର ଆବାହକ ରମେଶ ଚରଣ ତ୍ରିପାଠୀ ଏବଂ ସଂପାଦକ ଡାକ୍ତର ସାଗର ରଂଜନ ତ୍ରିପାଠୀ କହିଛନ୍ତି ଯେ ମହାନଗର ସ୍ବାୟତ୍ତ ଶାସନ ଦିବସ ପାଳନ କରିବା ସମୟରେ ପୂଜ୍ୟ ପୂଜା କରିବା ପରଂପରା ଏବଂ ପ୍ରତିମୂର୍ତ୍ତି ବିଶିଷ୍ଟ ବ୍ୟକ୍ତିତ୍ୱ ଙ୍କ ପ୍ରତି ଉଚିତ୍ ସମ୍ମାନ କାହିଁ…?

ଏହା ବିଡମ୍ବନା…. ନା ଦୁର୍ଭାଗ୍ୟ…!


,ମହାନଗର ସ୍ବାୟତ୍ତ ଶାସନ ଦିବସ ପାଳନ କରିବା ସମୟରେ ଲୋକଙ୍କ ମନରେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ମନୋରଞ୍ଜନ ର ଖୋରାକ ଯୋଗାଇ ପ୍ରକୃତ ବିକାଶ ପାଇଁ ଆନ୍ତରିକତା ନାହିଁ। ମହାନଗର ତାର ପରିଚୟ ପାଇଁ ଆଜି କେବଳ ବୁଢୀ ଠାକୁରାଣୀ ହିଁ ଭରସା ଏ କଥା ସ୍ବୀକାର କରିବା ପାଇଁ ପଡିବ। ନିର୍ବାଚନ ଜିତି ଗଲା ପରେ ଏହି ସହର ରେ କିଏ କାହର ନୁହଁନ୍ତି ଏପରି ଗୋଟିଏ ବିଚାର କରିବା ପାଇଁ ବାଧ୍ଯ କରିଛି ସ୍ବାୟତ୍ତ ଶାସନ ଦିବସ।

nis-ad
Leave A Reply

Your email address will not be published.