ସ୍କୁଟିରେ ଆସି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ

କଟକ ମୁଣ୍ଡଳୀ ବ୍ରିଜରେ ଗାଡି ରଖି ମହାନଦୀକୁ ଡେଇଁଲେ ନିଶାସକ୍ତ ଯୁବକ । OD 33 R 9270 ନମ୍ବରର ଦୁଇଚକିଆ ମହାନଦୀ ବ୍ରିଜରେ ରଖାଯାଇଛି । ବ୍ୟକ୍ତି ଜଣଙ୍କ ହେଲେ ବିଶ୍ଵଦେବ ଦାସ । ତାଙ୍କ ଘର ଭୁବନେଶ୍ବର ଶୈଳଶ୍ରୀ ବିହାରରେ ବୋଲି ଜଣାପଡିଛି ।

ତେବେ ଯୁବକ ଜଣଙ୍କ ନିଶାସକ୍ତ ଥିବା ଅବସ୍ଥାରେ ନଦୀକୁ ଡେଇଁ ପଡ଼ିଥିଲେ । ସ୍ଥାନୀୟ ମତ୍ସ୍ୟଜୀବୀ ଏହି ଘଟଣା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି NDRF ଟିମ ସହାୟତାରେ ଯୁବକଙ୍କୁ ଭରା ନଦୀରେ ଖୋଜିବାକୁ ଲାଗିଛନ୍ତି । ବର୍ତ୍ତମାନ ସୁଦ୍ଧା ଯୁବକଙ୍କର କୌଣସି ପତ୍ତା ମିଳିନାହିଁ ।

nis-ad
Leave A Reply

Your email address will not be published.