ସଫ୍ଟଓ୍ବେର ଇଂଜିନିୟର ଶ୍ବେତା ଆତ୍ମହତ୍ୟା ମାମଲା; ଡାଏରୀ ଖୋଲୁଛି ଗୁମର

ଭୁବନେଶ୍ୱର: ସଫ୍ଟଓ୍ବେର ଇଂଜିନିୟର ଶ୍ବେତାଙ୍କ ଡାଏରୀର କିଛି ଫର୍ଦ୍ଦ ଖୋଲୁଛି ନୂଆ ଗୁମର। ଯେଉଁଥିରେ ସେ ସୌମ୍ୟଜିତଙ୍କ ସହ ନିବିଡ଼ ସଂପର୍କ ନେଇ ଲେଖିଛନ୍ତି। ସୌମ୍ୟ ତାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରୁଥିବା ସେ ଲେଖିଛନ୍ତି। ତାଙ୍କ ପ୍ରତି ଓ ତାଙ୍କ ପରିବାର ପ୍ରତି ସୌମ୍ୟଙ୍କ ସମ୍ମାନ ବଢିଯାଇଛି । ତାଙ୍କ ସମ୍ପର୍କକୁ ଆଶୀର୍ବାଦ କରିବା ସହ ବଞ୍ଚାଇ ରଖିବାକୁ ସେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

ପୂର୍ବଠାରୁ ତାଙ୍କ ସମ୍ପର୍କ କେମିତି ଆହୁରି ମଜଭୁତ ହେବ ସେନେଇ ସେ ଭଗବାନଙ୍କ ଆଶୀର୍ବାଦ ଲୋଡିଛନ୍ତି। ଦିନକୁ ଦିନ ସୌମ୍ୟଜିତ ମହାପାତ୍ର ତାଙ୍କୁ ପୂର୍ବଠାରୁ ଅଧିକ ଭଲ ପାଉଛନ୍ତି। ତାଙ୍କ ମଧ୍ୟରେ ଥିବା ସବୁ ଭୁଲ ବୁଝାମଣା ଦୂର କରିବା ପାଇଁ ସେ ବାରମ୍ବାର ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ଡାଏରୀରୁ ଶ୍ବେତା ସୌମିଜିତଙ୍କୁ କେତେ ଭଲ ପାଉଥିଲେ ସେନେଇ ସ୍ପଷ୍ଟ ହୋଇଛି।

ସେପଟେ ଭୁବନେଶ୍ବର ଡିସିପିଙ୍କୁ ଭେଟିଛନ୍ତି ଶ୍ଵେତାଙ୍କ ପରିବାର। ତୁରନ୍ତ ସୌମ୍ୟଙ୍କୁ ଗିରଫ ଲାଗି ଦାବି କରିବା ସହ ଡିସିପିଙ୍କ ନିକଟରେ ଆଉ କିଛି ପ୍ରମାଣ ଦାଖଲ କରିଛନ୍ତି। ଏଥିସହ ସାଙ୍ଗମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି ପରିବାର ଲୋକେ।

nis-ad
Leave A Reply

Your email address will not be published.