ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ

ଛତ୍ରପୁର : ଛତ୍ରପୁର ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ଦୁଇ ଜଣ ରୋଗାଗ୍ରସ୍ତଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧ ଲକ୍ଷ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ଛତ୍ରପୁର ପୁତି ଗୋପାଳପୁର ଅଂଚଳର ପି.ଗଣେଷ ରେଡ୍ଡୀ ନାମକ ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଟାଙ୍ଗଣାପଲ୍ଲୀ ଗ୍ରାମର ଆନନ୍ଦ ରାଉଳ ନାମକ ବ୍ୟକ୍ତି ଙ୍କୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଗଣେଷ ଦେହଙ୍କ ବହୁତ ଖରାପ ଥିବା ଏବଂ ଆନନ୍ଦଙ୍କ ହାର୍ଟ ସର୍ଜରୀ ନିମନ୍ତେ ଉତ୍ତମ ଚିକିତ୍ସା କରିବା ସକାଶେ ଆର୍ଥିକ ସହାୟତା ପାଇଁ ଦୁହେଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି ଜଣାଇଥିଲେ । ଏନେଇ ଆଜି ସେମାନଙ୍କୁ ତହସିଲଦାର ପ୍ରକାଶ କୁମାର ମିଶ୍ର ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ସହାୟତା ରାଶି ପ୍ରଦାନ ବେଳେ ବରିଷ୍ଠ ରାଜସ୍ୱ ସହାୟକ ପି. ମଧୁସୁଦନ ରାଓ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.