ଟ୍ରକ୍ ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଓ ଛୁଆ ଆହତ

ବ୍ରହ୍ମପୁର : ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକ ଠାରେ ବୁଧବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକକୁ ଟ୍ରକ୍ ଧକ୍କା ଦେବାରୁ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା ବେଳେ ସ୍ବାମୀ ଓ ଛୁଆ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ପ୍ରକାରେ ଗୋଟିଏ ବାଇକ୍ (ଓଡି୦୭ଭି-୨୬୨୨)ରେ ସ୍ତ୍ରୀ ଓ ଛୁଆକୁ ନେଇ ସ୍ୱାମୀ ବ୍ରହ୍ମପୁରରୁ ଦାସପୁର ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ପ୍ରଥମେ ଅନ୍ୟ ଏକ ବାଇକ୍ ସହ ସାମାନ୍ୟ ଧକ୍କାରେ ତିନି ଜଣ ବସିଥିବା ବାଇକ୍ ଭାରସାମ୍ୟ ହରାଇଥିଲା। ପରେ ଏକ ଟ୍ରକ୍ ଧକ୍କା ଦେବା ଫଳରେ ବାଇକରେ ବସିଥିବା ତିନିହେଁ ଛିଟିକି ରାସ୍ତା ମଝିରେ ପଡ଼ିଥିଲେ। ମହିଳାଙ୍କ ଉପରେ ଟ୍ରକ୍ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ମହିଳାଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଛୁଆ ଓ ବାପା ସାମାନ୍ୟ ଆହତ ହୋଇଛନ୍ତି। ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଛି।

nis-ad
Leave A Reply

Your email address will not be published.