ମହାରାଷ୍ଟ୍ର ବିଧାନସଭାରେ ହଙ୍ଗାମା: ସିନ୍ଦେ ଗୋଷ୍ଠୀ-ଏନସିପି ବିଧାୟକଙ୍କ ମଧ୍ୟରେ ନାରାବାଜି ଓ ସଂଘର୍ଷ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ସିନ୍ଦେ ଗୋଷ୍ଠୀ ଓ ଏନ୍‌ସିପିର ବିଧାୟକଙ୍କ ଭିତରେ ସଂଘର୍ଷ। ମାମଲା ଏତେ ବଢିଯାଇଥିଲା ଯେ, ଦୁଇ ପକ୍ଷ ଭିତରେ ନାରାବାଜି, ଠେଲାପେଲା ଓ ମୁଥା ମରାମରି ହୋଇଛନ୍ତି। ଶାସକ ପକ୍ଷର ବିଧାୟକ ଯେତେବେଳେ ବିରୋଧ ପ୍ରଦର୍ଶନ କରୁଥିଲେ, ସେତେବେଳେ ବିରୋଧୀ ଦଳର ବିଧାୟକ ମଧ୍ୟ ବିଧାନସଭା ସିଢିରେ ବିରୋଧ ପ୍ରଦର୍ଶନ କରିବାକୁ ପହଁଞ୍ଚିଥିଲେ।

ଏହି ସମୟରେ ଦୁଇ ପକ୍ଷ ଭିତରେ ଜୋରଦାର ହଙ୍ଗାମା ହୋଇଥିଲା। ଆଦିତ୍ୟ ଠାକରେ, ଅଜିତ ପାଓ୍ବାର, ବାଲାସାହେବ ଥୋରେଟ ମଧ୍ୟ ନାରାବାଜି କରିଥିଲେ। କିନ୍ତୁ ସେତେବେଳେ ସିନ୍ଦେ ଗ୍ରୁପର ବିଧାୟକ ଦିଲୀପ ମାମା ଲାଡେ ଓ ଏନସିପି ବିଧାୟକ ଅମୋଲ ମିଟକରି ପରସ୍ପର ସହ ଲଢେଇ କରିବା ଆରମ୍ଭ କରିଦେଇଥିଲେ।

ମହାରାଷ୍ଟ୍ରର କିଛି ବିଜେପି ବିଧାୟକ ଓ ମହାବିକାଶ ଅଘାଡି ବିଧାୟକ ରାଜ୍ୟ ବିଧାନସଭା ବାହାରେ ରାଜ୍ୟ ସରକାରଙ୍କ ବିରୋଧରେ ହଙ୍ଗାମାକୁ ନେଇ ଯୁକ୍ତିତର୍କ ଆରମ୍ଭ କରିଦେଇଥିଲେ। ଏହାର ଏକ ଭିଡିଓ ସାମାନକୁ ଆସିଛି। ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ମଧ୍ୟ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ୍ ଆରମ୍ଭ ହେବାର ଠିକ୍ ପୂର୍ବରୁ ବିରୋଧୀ ଦଳ ବିଧାନସଭା ଭବନର ସିଢିରେ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ରାକପା) କଂଗ୍ରେସ ଓ ଅନ୍ୟ ସହଯୋଗୀ ଦଳର ନେତାମାନେ କୃଷକଙ୍କ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ବିଧାୟକ ଆଦିତ୍ୟ ଠାକରେଙ୍କ ସହିତ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଶିବସେନାର କିଛି ସଦସ୍ୟ ମଧ୍ୟ ନାରାବାଜିରେ ସାମିଲ ଥିଲେ।

nis-ad
Leave A Reply

Your email address will not be published.