ପୁରୁଷ ବିଶ୍ୱକପ ହକି ୨୦୨୩ ପାଇଁ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ୨୦୨୩ ମସିହାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ବୈଠକ ଆରମ୍ଭ କରିଛନ୍ତି । ୨୦୧୮ ହକି ବିଶ୍ୱକପରେ ବ୍ୟାପକ ସଫଳତା ପାଇବା ପରେ ରାଜ୍ୟ କ୍ରମାଗତ ଦ୍ୱିତୀୟଥର ପାଇଁ ଏଭଳି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି । ୨୦୧୭ରେ ହୋଇଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପରେ ମଧ୍ୟ ରାଜ୍ୟ ଅନେକ ସଫଳତା ପାଇଥିଲା ।

ପୂର୍ବ ସଂସ୍କରଣଠାରୁ ଏଥର ଆହୁରି ବଡ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ । ସେଥିପାଇଁ ମୁଖ୍ୟମନ୍ତ୍ରୀ ସ୍ତରରେ ଏକ ବୈଠକ ଆୟୋଜିତ ହୋଇଛି । ଲୋକସେବା ଭବନରେ ଆୟୋଜିତ ହୋଇଥିବା ଏହି ବୈଠକରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ ଓ ବିଭିନ୍ନ ବିଭାଗର ମୁଖ୍ୟମାନେ ଯୋଗ ଦେଇଥିଲେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ କଟକ ଓ ରାଉରକେଲା ପ୍ରଶାସନ ମଧ୍ୟ ଯୋଗ ଦେଇଥିଲେ ।

ଏହି ଟୁର୍ଣ୍ଣାମେଣ୍ଟ ଏକାସାଙ୍ଗରେ ୨ଟି ସହରରେ ଅନୁଷ୍ଠିତ ହେବ । ଏନେଇ ସୁରେଶ ମହାପାତ୍ର କହିଥିଲେ, ଖେଳାଳି, ଅଧିକାରୀ ଓ ଦର୍ଶକମାନଙ୍କ ପାଇଁ ଏହା ଏକ ସ୍ମରଣୀୟ ବିଶ୍ୱକପ ହେବ ବୋଲି ଆମେ ପ୍ରୟାସ କରୁଛୁ । ଆମେ ଉତ୍ସାହର ସହ ବିଶ୍ୱର ଶ୍ରେଷ୍ଠ ଦଳଗୁଡିକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛୁ । ଏହି ବିଶ୍ୱକପରେ ରାଜ୍ୟର କଳା, ଐତିହ୍ୟ ଓ ସଂସ୍କୃତିକୁ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ।

nis-ad
Leave A Reply

Your email address will not be published.