ଏନଡିଏରେ ସାମିଲ ହେବାକୁ ନବୀନଙ୍କୁ ନିବେଦନ କଲେ କେନ୍ଦ୍ର ମନ୍ତ୍ରୀ ଅଠାୱାଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନଡିଏରେ ସାମିଲ ହେବା ପାଇଁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ସେ କହିଛନ୍ତି ଯେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ ବିଲ ପାସ ବେଳେ ଏନଡିଏ ସରକାରକୁ ବିଜେଡି ବହୁତ ସହଯୋଗ କରିଛି । ୨୦୨୪ ନିର୍ବଚନ ବେଳକୁ ଏନଡିଏ ସହ ଯୋଡି ହେଲେ ବହୁ ଲାଭରେ ରହିବେ ନବୀନ ।

ଓଡିଶାକୁ ମୋଦୀ ଅଧିକ ବଜେଟ ଦେଇ ପାରନ୍ତି । ୨୦୨୪ରେ ଏନଡିଏ ୨୦୧୯ର ରେକର୍ଡ ଭାଙ୍ଗିବ । ନୀତିଶ ଏନଡିଏ ଛାଡିଛନ୍ତି ସତ ହେଲେ ଏନଡିଏ ତାଙ୍କୁ ଛାଡିନି । ୨୦୨୪ ବେଳକୁ ସେ ପୁଣି ଫେରି ପାରନ୍ତି । ଯଦି ନ ଫେରିଲେ ତଥାପି ଏନଡିଏ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି ।

୨୦୨୪ ରେ ନିର୍ବାଚନରେ ୩୫୦ରୁ ଅଧିକ ସିଟ ପାଇବ ଏନଡ଼ିଏ । ଓଡିଶାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଅଠାୱାଲେ କହିଛନ୍ତି ଯେ ଦଳିତ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ ଅନ୍ୟ ଜାତିରେ ବିବାହକୁ ଗୁରୁତ୍ୱ ଦେବା ଉଚିତ।

୨୦୨୦-୨୧ରେ ଓଡିଶାରେ ୧୮୪୭ ଦମ୍ପତ୍ତି ଅନ୍ୟ ଜାତିରେ ବିବାହ କରିଥିବାବେଳେ ଏହି ସଂଖ୍ୟା ୨୧-୨୨ ବେଳକୁ ବଢି ୨୭୬୮ରେ ପହଞ୍ଚିଛି। ଅନ୍ୟ ଜାତିରେ ବିବାହ କରିଥିବା ଦମ୍ପତ୍ତିଙ୍କୁ ପ୍ରୋତ୍ସାହନ ରାଶି ବାବଦକୁ ୨ଲକ୍ଷ ୫୦ ହଜାର ଟଙ୍କା ଦିଆଯାଉଛି। ତେବେ ଓଡିଶା ସରକାର ଉଭୟ ପୁଅ ଝିଅଙ୍କ ମଧ୍ୟରୁ ଜଣଙ୍କୁ ସରକାରୀ ଚାକିରି ଦେବାକୁ ଗୁରୁତ୍ବ ଦିଆଯାଉବୋଲି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱାଲେ କହିଛନ୍ତି ।

nis-ad
Leave A Reply

Your email address will not be published.