ମତ୍ସ୍ୟ ସଂପଦର ସୁରକ୍ଷା ପାଇଁ ବାଲେଶ୍ୱର ଓ ମୟୁରଭଞ୍ଜକୁ ଗଲେ ୩ ଜଣ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଓ ବନ୍ୟାସ୍ଥିତିକୁ ନଜରରେ ରଖି ମତ୍ସ୍ୟ ଓ ପ୍ରାଣୀସଂପଦର ସୁରକ୍ଷା ଓ ବନ୍ୟା ପରିଚାଳନା ପାଇଁ ୩ଜଣ ବରିଷ୍ଠ ଅଧିକାରୀଙ୍କୁ ବାଲେଶ୍ୱର ଓ ମୟୂରଭଞ୍ଜକୁ ପଠାଯାଇଛି। ସ୍ଥିତିର ଆକଳନ କରି ମତ୍ସ୍ୟ ସଂପଦର ସୁରକ୍ଷା ଦିଗରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ଦ୍ୱାରା ଜାରି କରାଯାଇଥିବା ବନ୍ୟା ପରିଚାଳନାର ମାର୍ଗଦର୍ଶିକାର କ୍ଷେତ୍ର ଅଧିକାରୀମାନେ ଅନୁପାଳନକୁ ନିଶ୍ଚିତ କରିବା ସହ ସମସ୍ତ କାର୍ଯ୍ୟ ତଦାରଖ କରିବେ।

ମତ୍ସ୍ୟ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଶଶିକାନ୍ତ ଆଚାର୍ଯ୍ୟଙ୍କୁ ବାଲେଶ୍ୱର ଓ ଜୋଆଚିମ୍‌ ଲାକ୍ରାଙ୍କୁ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱରେ ରଖାଯାଇଛି। ନିୟମିତ ବ୍ୟବଧାନରେ ବନ୍ୟାର ସ୍ଥିତି ସଂପର୍କରେ ବିଭାଗକୁ ଅବଗତ କରାଇବା ନିମନ୍ତେ ଅଧିକାରୀ ଦ୍ୱୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଯୁଗ୍ମ ନିର୍ଦ୍ଦେଶକ ପବିତ୍ର ବେହେରାଙ୍କୁ କଣ୍ଟ୍ରୋଲ ରୁମ ତଦାରଖ ଓ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ଡ. ସଂଜୟ କୁମାର ପଣ୍ଡାଙ୍କୁ ବାଲେଶ୍ୱର ଜିଲ୍ଲାର ବନ୍ୟା ରିଲିଫ୍ କାର୍ଯ୍ୟ ତଦାରଖ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ପଶୁମାନଙ୍କୁ ଉପଯୁକ୍ତ ପଶୁଖାଦ୍ୟ ସହିତ ଦୂଷିତଜଳ ନଦେଇ ବିଶୁଦ୍ଧ ଜଳ ଦେବାର ବ୍ୟବସ୍ଥା କରିବାକୁ ବିଭାଗ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି | ଶେଷରେ ନିଜ ପରିବାର ସୁରକ୍ଷିତ ରଖିବା ସହିତ ଓ ପଶୁମାନଙ୍କୁ ମଧ୍ୟ ସୁରକ୍ଷିତ ରଖନ୍ତୁ।

nis-ad
Leave A Reply

Your email address will not be published.