ସିସୋଦିଆଙ୍କ ମଦ କାରବାର ଲିଙ୍କରେ କେସିଆର ଝିଅଙ୍କୁ ଟାଣିଲା ବିଜେପି

ହାଇଦ୍ରାବାଦ: ଅ‍ବକାରୀ ନୀତି ଅନିୟମିତତା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ସିବିଆଈ ରେଡ୍‌ କରିଥିବା ବେଳେ ବିବାଦ ଘେରକୁ ଆସିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଧାନସଭା ପରିଷଦର ସଦସ୍ୟ କଭିଥା। ଦିଲ୍ଲୀ ଅବକାରୀ କାରବାର ତେଲେଙ୍ଗାନା ସହ ଲିଙ୍କ ଥିବା ଅଭିଯୋଗ ଉଠିଛି। ମଦ ମାଫିଆ ଓ ଆମ ଆଦମୀ ପାର୍ଟି ମଧ୍ୟରେ ମଧ୍ୟସ୍ତି ଭାବେ କଭିଥା କାମ କାମ କରୁଥିବା ବିଜେପି ଅଭିଯୋଗ ଆଣିଛି। ଏହାର ଜବାବ ରଖିଛନ୍ତି କଭିଥା। ସେ କହିଛନ୍ତି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ଦିଲ୍ଲୀ ଅବକାରୀ ପ୍ରସଙ୍ଗ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ବିଜେପିର ଅଭିଯୋଗ ସମ୍ପୂର୍ଣ୍ଣ ଅମୁଳକ। କଭିଥା ଆହୁରି କହିଛନ୍ତି ଯେ, ସେମାନଙ୍କ ହାତରେ ସମସ୍ତ ପ୍ରକାର ତଦନ୍ତାରକୀ ଏଜେନ୍ସି ଅଛି। ଯାଞ୍ଚ କରନ୍ତୁ । ମୁଁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ଶ୍ରୀମତୀ କବିତା ଆହୁରି କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ନୀତିକୁ କେସିଆର ବାରମ୍ବାର ସମାଲୋଚନା କରି ଆସୁଛନ୍ତି। ତେଣୁ ବିଜେପି କୌଣସି ବାଟ ନପାଇ ଏଭଳି ମିଥ୍ୟା ଅଭିଯୋଗ ଆଣୁଛି।
ଆମ ପରିବାରର ସମ୍ମାନ ଓ ପ୍ରତିଷ୍ଠା ଉପରେ ଆଞ୍ଚ ଆଣୁଛନ୍ତି। ଏହି ପ୍ରସଙ୍ଗରେ ସେ ଦିଲ୍ଲୀ ବିଜେପି ନେତା ପରଭେଶ ବର୍ମା ଏବଂ ମଞ୍ଜିନ୍ଦର ଶିର୍ଶାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବେ ବୋଲି ସେ ଚେତାବନୀ ଦେଇଛନ୍ତି। ସେହିପରି ୨.୫ ପ୍ରତିଶତରୁ ୧୨ ପ୍ରତିଶତ କମିଶନ ବୃଦ୍ଧି ପାଇଁ ମନିଷ ସସୋଦିଆ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ବିଜେପି ଅଭିଯୋଗ ଆଣିଛି । ଏଥିପାଇଁ ସିସୋଦିଆ ୧୫୦ କୋଟି ଟଙ୍କା ଲାଞ୍ଚ ନେଇଛନ୍ତି। ଇତି ମଧ୍ୟରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ ଏବଂ କେସିଆର ଝିଅଙ୍କ ସହ ଆଲୋଚନା ହୋଇ ଥିବା ବିଜେପି ଅଭିଯୋଗ ଆଣିଛି।
ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତା ପରଭେଶ ଭର୍ମା କହିଛନ୍ତି ଏକ୍ସାଇଜ୍ ନୀତି ପ୍ରସ୍ତୁତ କରିବାକୁ ମଦ ମାଫିଆ, ମନ୍ତ୍ରୀ ଏବଂ ଅଧିକାରୀଙ୍କ ମଧ୍ୟରେ ଅନେକ ବୈଠକ ହୋଇଛି। ଦିଲ୍ଲୀର ଓବରୋଇ ହୋଟେଲରେ ଏହି ବୈଠକ କରାଯାଇଥିଲା। ଦିଲ୍ଲୀର ଏକ୍ସାଇଜ୍ ଅଫିସର, କମିଶନର, ଡେପୁଟି ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ମଦ ମାଫିଆ ଏବଂ କିଛି ରାଜନୈତିକ ବ୍ୟକ୍ତି ଏହି ସଭାରେ ଉପସ୍ଥିତ ଥିଲେ। ଏହି ସଭାରେ କେସିଆରଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। କେସିଆରଙ୍କ ଝିଅ ହିଁ ମନୀଷ ସିସୋଦିଆଙ୍କୁ ଭେଟ କରିବା ପାଇଁ ସାଙ୍ଗରେ ଅନେକ ମଦ ମାଫିଆଙ୍କୁ ଆଣିଥିଲେ। ସେମାନେ ପଞ୍ଜାବରେ ଏହି ନୀତି କାର୍ଯ୍ୟକାରୀ କରିଛନ୍ତି । ଏହି ମଦମାଫିଆ ମାନେ ମିଶି ଅରବିନ୍ଦ କେଜ୍ରିୱାଲ ଏବଂ ସିସୋଦିଆଙ୍କ ସହ ସବୁକିଛି ଯୋଜନା କରିଥିଲେ ବୋଲି ବିଜେପି କହିଛି।

nis-ad
Leave A Reply

Your email address will not be published.