ବାଲେଶ୍ବରର ୪ଟି ବ୍ଲକରେ ବନ୍ୟା ଲାଗି ସ୍କୁଲ ଛୁଟି ଘୋଷଣା

ବାଲେଶ୍ୱର: ବାଲେଶ୍ବର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖି ସ୍କୁଲ ଛୁଟି ନିଷ୍ପତ୍ତି । ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସ୍କୁଲ ଛୁଟି ରଖିବାକୁ ନିର୍ଦ୍ଦେଶ ରହିଛି । ବସ୍ତା, ବାଲିଆପାଳ, ଜଳେଶ୍ବର, ଭୋଗରାଇ ବ୍ଲକରେ ସ୍କୁଲ ଛୁଟି କରିବାକୁ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ କୁହାଯାଇଛି । ସ୍କୁଲ ଛୁଟି ରହିଲେ ବି ଶିକ୍ଷକ ଏବଂ ଅନ୍ୟ କର୍ମଚାରୀ ସ୍କୁଲ ଆସିବେ । ସ୍କୁଲକୁ ସଫାସୁତୁରା ରଖିବା ସହ ଆବଶ୍ୟକସ୍ଥଳରେ ବନ୍ୟା ବିପନ୍ନଙ୍କ ଆଶ୍ରୟ ପାଇଁ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ନୂଆ କରି ଯୋଗ ଦେଇଥିବା ଶିକ୍ଷକମାନେ ବନ୍ୟା ମୁକାବିଲାରେ ବ୍ଲକସ୍ତରୀୟ ଅଧିକାରୀଙ୍କୁ ସହଯୋଗ କରିବେ । ବିନା ଅନୁମତିରେ କେହିବି ଅନୁପସ୍ଥିତ ରହିପାରିବେ ନାହିଁ । ସ୍କୁଲର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର, ମଧ୍ୟାହ୍ନ ଭୋଜନ ଚାଉଳ ସୁରକ୍ଷିତ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ।

nis-ad
Leave A Reply

Your email address will not be published.