ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ..

ରସିକ ସରକାର // ଉମରକୋଟ ପ୍ରତିନିଧି


ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ବଡ଼ଭରଣ୍ଡୀ ପଞ୍ଚାୟତ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଲା, ସୂଚନା ଅନୁଯାୟୀ ବଡ଼ଭରଣ୍ଡି ଗ୍ରାମ ନିକଟରେ ଥିବା ଅଲେଖ ମହିମା ମନ୍ଦିର ପ୍ରାଙ୍ଗନରେ ଆଜି ସକାଳେ ନୂଆ ମନ୍ଦିର ଘର କାର୍ଯ୍ୟ କରିବା ପାଇଁ ଶ୍ରମିକ ମାନେ ପ୍ରତ୍ୟେକ ଦିନ ପରି lଆସିଥିଲେ ଓ ସେମାନେ ସବୁ ଦିନ ପରି ରୋଷେଇ କରିବା ପାଇଁ ମନ୍ଦିର ନିକଟରେ କବାଟ ନଥିବା ଗୋଟିଏ ଗୃହ କୁ ଯାଇଥଲେ ଘର ଭିତରେ ପ୍ରବେଶ କରିବା କ୍ଷଣି ଝୁଲନ୍ତା ଅବସ୍ଥାରେ ଦୁଇ ଜଣକୁ ଦେଖିବାକୁ ପାଇଁ ଭୟରେ ପାଟି କରିଥିଲେ ପାଟି ଶୁଣି ମନ୍ଦିରର କାମରେ ଆସିଥିବା ଅନ୍ୟ ଶ୍ରମିକ ମାନେ ଦୌଡ଼ି ଯାଇ ଦେଖିବାକୁ ପାଇଲେ ଯେ ଗୋଟିଏ ପୁଅ ଓ ଝିଅ ବେକରେ ଫାଶୀ ଦେଇ ଝୁଲିଛନ୍ତି, ଏହି ଘଟଣା ଦ୍ରୁତଗତିରେ ଲୋକ ଲୋଚନକୁ

ଆସିବାରୁ ଜଣା ପଡ଼ିଲା ଯେ ବଡ଼ଭରଣ୍ଡୀ ଗ୍ରାମର ଜଗଦୀଶ କାଲାରଙ୍କ ପୁଅ ପ୍ରଫୁଲ୍ଲ କାଲାର (ଡାକ ନାମ ଦୁଲୁ )ବୋଲି ଜଣା ପଡିଛି କିନ୍ତୁ ଝିଅକୁ କେହି ଜାଣି ପାରିନାହାନ୍ତି ଯୁବତୀ ର ପରିଚୟ ମିଳି ନାହିଁ ଏହି ପ୍ରେମୀ ଯୁଗଳ ଆତ୍ମହତ୍ୟା କରିବା ପୂର୍ବରୁ ଏକ ହାତ ଲେଖା ଚିଠା ଯାହାକି ଝିଅର ମୁଣ୍ଡର କିଲିପ ଦ୍ଵାରା ନିଜ ଛାତିରେ ଲଗାଇଥବା ଜଣାପଡିଛି l, ପ୍ରଥମେ ଏହାକୁ ନେଇ ଦୁଲୁର ମା ସହିତ ଯୋଗାଯୋଗ କରାଯାଇଥିଲା ଯାହାକି ସେ କହିଥିଲେ ତାଙ୍କ ପୁଅ ରାଇପୁର ଯିବି ବୋଲି କହି ଘରୁ ଯାଇଥିଲା ଏହି ଭଳି ଦୁର୍ଘଟଣାରେ କିପରି ହେଲା ଏବଂ ସେ କାହିଁକି ଆତ୍ମହତ୍ୟା କଲା ସେ କିଛି ବୁଝି ପାରୁନାହାନ୍ତି ପୁଅର ଆତ୍ମହତ୍ୟା ଖବର ଶୁଣିବା ଖବର ପାଇଁ ସେ ସମ୍ପୂର୍ଣ ଭାବରେ ଭାଙ୍ଗି ପଡିଛନ୍ତି , ସଙ୍ଗେ ସଙ୍ଗେ ଉକ୍ତ ଘଟଣା କୁ ନେଇ ସ୍ଥାନୀୟ ଉମରକୋଟ ଥାନାକୁ ଜଣେଇ ଦିଆ ଯାଇଥିଲା ଖବର ପାଇଁ ସଙ୍ଗେ ସଙ୍ଗେ ଉମରକୋଟ ଥାନ ଅଧିକାରୀ ଆସି ଝୁଲନ୍ତା ଶବକୁ ଉଦ୍ଧାର କରିବା ସହିତ ପ୍ରେମିଯୁଗଳ ଆତ୍ମହତ୍ୟା କରିବା ପୂର୍ବରୁ ଛାଡି ଯାଇଥିବା ହାତ ଲେଖା ଚିଠା କୁ ଜବତ କରିଥିଲେ ଏବଂ ଶବ ଦୁଇଟିକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣା ପଡିଛି ଏହାକୁ ନେଇ ଉମରକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ଦରଜ ହୋଇଛି l ପୋଲିସ ଉକ୍ତ ହାତ ଲେଖା ଚିଠା କୁ ଜବତ କରି ତଦନ୍ତ ଆରମ୍ଭ କରିଛି, ଏଠାରେ ସୂଚନା ଥାଉକି ଖବର ଟି ପ୍ରସାରିତ ହେବା ଯାଏ ଝିଅର କଣୌସି ସୂଚନା କିମ୍ବା ପରିଚୟ ମିଳି ପାରି ନାହିଁ , ପୋଲିସ ତଦନ୍ତ ପରେ ଆତ୍ମହତ୍ୟା ର ପ୍ରକୃତ ରହସ୍ଯ ପଦାକୁ ଆସିବ ବୋଲି ପୋଲିସ କହିଛି l

nis-ad
Leave A Reply

Your email address will not be published.